ତୁମ ଓଠରେ
ତୁମ ଓଠରେ
ତୁମ ଓଠରେ ହସ ମୁଁ ଦେଖିଛି
ଲୁଚିକି ନଦୀ କୂଳରେ,
ରେଶମୀ ଚୁଟି ଯେ ଝଲସି ଯାଏ
ତୁମ ଆଖି କଜଳ ରେ ।
ତୁମ ସପନରେ ନାୟକ ମୁଁ ଯେ
ନିତି ଆସେ ଲୁଚି ଲୁଚି
ତୁମ ପ୍ରେମରେ ପଡ଼ିକି ମୁଁ ଆଜି
ହୃଦୟରେ ହୁଏ କିଛି।
ତୁମ ଗାଲରେ ସେ କଳଜାଇ ଟି
ଭାରି ସୁନ୍ଦର ଯେ ଲାଗେ
ତୁମ ଗୋରା ଦେହେ ସେ କଳାଶାଢ଼ୀ
ଦେଖିବାକୁ ମୁହିଁ ଜଗେ।
ମନ ବଗିଚାରେ କେତେ ଯେ ଖୋଜେ
ହୋଇକି ପ୍ରେମର କବି
ଘନ ଅନ୍ଧାରରେ ଆଲୋକ ହେଇ
ତୁମ ପାଖକୁ ଯେ ଯିବି।

