ତୁମ କବିତାର ଛବିଟିଏ
ତୁମ କବିତାର ଛବିଟିଏ
ତୁମ କବିତାର ମୁଁ ଛବିଟିଏ
ବେଳେ ବେଳେ ଅଳନ୍ଧୁ ଲଗା
କାନ୍ଥ ରେ ଫିମ୍ପି ଲଗା ଫୋଟୋ ନିଜର କାୟା ବିସ୍ତାର କରି ବସେ
ଆୟୁଷ ସରିବା ଯାଏ
ଠିକ ସେ
ମାଟି ଆଉ ଆକାଶ ମଝିରେ ବିଶାଳ ତାଳଗଛ ଦାନ୍ତ ନିକୁଟିଲା ପରି।
ଆଞ୍ଜୁଳାଏ ବାଲିରେ ଆତ ଜାତ ନିଶ୍ୱାସ ଲେଉଟୁଥାଏ
ଚହଲା ପାଣି କୁ ଦେଖି।
ସ୍ବପ୍ନ ସବୁ ଆକ୍ତା ମାକ୍ତା।
ମୋ ଭିତରେ ମୁଁ ,
ଖୋଜିବୁଲେ ତୁମ ଦର୍ପଣର
ଛବିଟିଏ ହୋଇ,
ଆଦରି ନେବାକୁ ମୁଠାଏ ସ୍ୱପ୍ନର ରାଜତ୍ବକୁ।
ଠିକ ସେତିକି ବେଳେ,
ସଂଜ ଫେରି ଆସେ ,
ମେଞ୍ଚାଏ ଅଝଟ ପଣର ଅନ୍ଧାର ନେସି ହେଉଥାଏ
ବାଇ ଚଢେଇର ବସାଯାକ।
ଋତୁ ବଦଳିବାର ଠିକଣା ନପାଇ
ତୁମେ ଖୋଜୁଥାଅ ,
ତୁମ କବିତାର ଛବି ଟିଏ