ତୁମ ବିନା
ତୁମ ବିନା
ସୂର୍ଯ୍ଯ ବିନା ପଦ୍ମ
ଆଉ ଜହ୍ନ ବିନା କଇଁ
କେବେ ପାରିବେକି ଫୁଟି
ତୁମ ବିନା ପ୍ରିୟା
ପାଏ ବିରହ ଯନ୍ତ୍ରଣା
ମୋ ଛାତିଟା ଯାଏ ଫାଟି
କିରଣ ବିନା ସୂର୍ଯ୍ଯ
ଜୋତ୍ସ୍ନା ବିନା ଜହ୍ନ
କେବେ ସମ୍ଭବ ହେବକି କୁହ
ହୃଦୟଟି ମୋର
ଆଜି ସହୁଛି ଯନ୍ତ୍ରଣା
ହେଲେ ଆଖି ବୁହାଏ ଲୁହ
ମନରେ ମର କେବଳ
ତୁମ ସ୍ମୃତି ଚିହ୍ନ
କେବେ ଦିଏ ଯନ୍ତ୍ରଣା
କେବେ କରେ ପୁଲକିତ
ଆଉ କେବେ ଛାଡିଯାଏ
ଅଂସଂଖ୍ଯ ସମାହିତ ପ୍ରଶ୍ନ
ସ୍ୱପ୍ନ ଦେଖିଥିଲି ମୁଁ
ତୁମ ସହ ମିଶି
ଗଢିବି ପ୍ରେମର ନଅର
ହେଲେ ଛାଡି ଚାଲିଗଲ
ଦୂରକୁ ମୋଠାରୁ
ଗଢିଲ ସୁନାର ସଂସାର
ତୁମ ବିନା ଆଜି
ଏକା ମୁଁ
ଏକା ମୋ ଦୁନିଆ
ତଥାବି କରୁଛି
ପ୍ରେମରେ ବିଶ୍ୱାସ
ଆଉ ଜୀବନରେ
କେବଳ ସଙ୍ଘର୍ଷ
କରିବି ମୁଁ ଏହି କାମ
ଥିବାଯାଏଁ ଶେଷ ନିଃଶ୍ୱାସ