STORYMIRROR

Priyaranjan Biswal

Romance

2  

Priyaranjan Biswal

Romance

ତୁମ ବିନା

ତୁମ ବିନା

1 min
139

ସୂର୍ଯ୍ଯ ବିନା ପଦ୍ମ

ଆଉ ଜହ୍ନ ବିନା କଇଁ

କେବେ ପାରିବେକି ଫୁଟି

ତୁମ ବିନା ପ୍ରିୟା

ପାଏ ବିରହ ଯନ୍ତ୍ରଣା

ମୋ ଛାତିଟା ଯାଏ ଫାଟି


କିରଣ ବିନା ସୂର୍ଯ୍ଯ

ଜୋତ୍ସ୍ନା ବିନା ଜହ୍ନ

କେବେ ସମ୍ଭବ ହେବକି କୁହ

ହୃଦୟଟି ମୋର 

ଆଜି ସହୁଛି ଯନ୍ତ୍ରଣା

ହେଲେ ଆଖି ବୁହାଏ ଲୁହ


ମନରେ ମର କେବଳ

ତୁମ ସ୍ମୃତି ଚିହ୍ନ

କେବେ ଦିଏ ଯନ୍ତ୍ରଣା

କେବେ କରେ ପୁଲକିତ

ଆଉ କେବେ ଛାଡିଯାଏ

ଅଂସଂଖ୍ଯ ସମାହିତ ପ୍ରଶ୍ନ


ସ୍ୱପ୍ନ ଦେଖିଥିଲି ମୁଁ

ତୁମ ସହ ମିଶି

ଗଢିବି ପ୍ରେମର ନଅର

ହେଲେ ଛାଡି ଚାଲିଗଲ

ଦୂରକୁ ମୋଠାରୁ

ଗଢିଲ ସୁନାର ସଂସାର


ତୁମ ବିନା ଆଜି

ଏକା ମୁଁ

ଏକା ମୋ ଦୁନିଆ

ତଥାବି କରୁଛି

ପ୍ରେମରେ ବିଶ୍ୱାସ

ଆଉ ଜୀବନରେ

କେବଳ ସଙ୍ଘର୍ଷ

କରିବି ମୁଁ ଏହି କାମ

ଥିବାଯାଏଁ ଶେଷ ନିଃଶ୍ୱାସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance