STORYMIRROR

Chandrakanta Jena

Abstract Romance

4  

Chandrakanta Jena

Abstract Romance

ତୁମ ଆକର୍ଷଣ

ତୁମ ଆକର୍ଷଣ

1 min
295


ଗୋଲାପ କଢିର ଦୁଇଟି ପାଖୁଡା

ରକ୍ତିମ କୋମଳ ଓଠ

ମଧୁ ଝରିଯାଏ ଅଧରର ଧାରେ

ଚିତ୍ତ କରିନିଏ ବସ ।


ନୀଳ ଉର୍ମି ପ୍ରାୟ ନୟନ ଯୁଗଳ

ନୀରବ ଜୁଆର ଭାଙ୍ଗେ

ପ୍ରୀତିର ସୁଅରେ ହୃଦୟ ଭାସଇ

ଶିହରଣ ଖେଳେ ଅଙ୍ଗେ ।


କେଶ ବିନ୍ୟାସରେ କବରୀ ଝଟକେ

ପୁଷ୍ପମାଳା ବିମଣ୍ଡନ

ସୁନେଲି ଓଢ଼ଣୀ କରିନିଏ ଗୁଣି

ମନ ମୀନ ହୁଅ ଲୀନ ।


ଆଗୋ ବରନାରୀ ସତେ କେଉଁ ପରୀ

ଚଞ୍ଚଳ ଚପଳ ହସ

ସୌନ୍ଦର୍ଯ୍ୟରେ ତୁମ ଆକର୍ଷଣ ମନ

କର ମୋତେ କ୍ରୀତଦାସ ।।


Rate this content
Log in

Similar oriya poem from Abstract