ତୁମ ଆଖି ଲୁହ
ତୁମ ଆଖି ଲୁହ
ଆଇନା ଆଗରେ ନିଜ କୁ ସଜାଏ
ମୋ ଆଖି ଲୁହକୁ ଲୁଚାଏ...
ବିତି ଯାଇଥିବା ମୁହୂର୍ତ୍ତ ଗୁଡାକ
ମୋ ଭାବନା ଭିତରେ ସଜାଏ...।୧।
ହେଲେ ଏ ହୃଦୟ ଯାହା ସବୁ କହେ
ତୋ ମୋ ଭିତର କାହାଣୀ..
ତୁମେ କାଳେ ମତେ ଧୋକା ଦେଇଥିଲ
ଏ ମନ ଟା ଜମାରୁ ମାନୁନି...।୨।
ହେଲେ ମୋ ଆଖିରେ ଲୁହ ନାହିଁ ଜମା
ଅଛି ତୁମ ସ୍ମୃତି କବିତା
କବିତା କନ୍ଦାଏ ତୁମ କଥା କହି
ଲୁହ ରେ ଲେଖେ ମୁଁ ସେ କଥା... ।୩।
ଦେଖି ପାରିବିନି ତୁମ ଆଖି ଲୁହ
ନିଜେ ପଛେ ମରି ଯିବି
ସବୁ ବେଳେ ତୁମେ ହସୁ ଥାଅ ପ୍ରିୟା
କେବେ ଲୁହ ଝରିବାକୁ ଦେବିନି....।୪।

