ତୁମ ଆବର୍ତ୍ତମାନରେ
ତୁମ ଆବର୍ତ୍ତମାନରେ
ସହରଟା ସାତପର
ମୁଁ ଆଉ ଯାଉନି କାହିଁକିର ଉତ୍ତର
ପିଲାଦିନ ହଜିଗଲା ବି କୈଶୋର
ଯୌବନ ଆସିଲା ଝଡ଼ ହୋଇ
ତୁମେ ଡ଼ାକି ପାଖକୁ ବୁଝୁଥିଲ
ଭଲ ଅଛି ତୋ ସଂସାର
ବୋଉ ବାୟାଣୀ ହେଲା
ଶଙ୍ଖା ସିନ୍ଦୂର ଝୁଣ୍ଟିଆ ଖୋଜିଲା
ମତେ ଦେଖି ଥରକୁ ଥର
ତୁମେ ଗଲାପରେ ବାପା ଜଗାଙ୍କ ସୁନାବେଶ
ଭାରି ନିରସ ଓ ନିରାଶ
କାରଣ ତୁମେ ଆଉ ଧାଡ଼ିରେ ହାତ ଧରି
ବାଡ଼ କରି ନେଉନଥିଲ ଦେଖାଇବାକୁ
ସହରଟା ଭାରି ଫାଙ୍କା
ମନ ତଳ ନଈରେ ଢେ଼ଉ ନାହିଁ ଫାଙ୍କା
ଏଇଟା ଜୀବନ ବୋଲି ବୁଝିଗଲିଣି ଜଡ଼ିଓ
ବୋଉ ଆଲାଜାଇମର ଶୀକାରରେ ଡାକୁଛି ହଇଓ
ଶୂନ୍ୟ ମନ ଶୂନ୍ୟ ବୃନ୍ଦାବନ କିଏ କହୁନି ତାକୁ ଯାଉଛି ରୁହ
ମୁଁ ବି ବୁଝିଗଲିଣି କି ଚାଳ ନଥିଲେ ରୁଅ ।
