ତୁହାକୁ ତୁହା ବର୍ଷା
ତୁହାକୁ ତୁହା ବର୍ଷା
ପ୍ରକୃତି ର ତାଣ୍ଡବ ଲୀଳା କୁ ତୁହାକୁ ତୁହା ବର୍ଷା
ଲାଗି ରହିଥିଲା ଅବିଶ୍ରାନ୍ତ ଭାବରେ
ଦେଖୁ ଦେଖୁ ତୁମ କାର୍ ବର୍ଷା ଅନ୍ଧାରରେ ମିଶିଗଲା
କେଉଁ ଦୂର ଦିଗବଳୟରେ
ଚଡକ ପଡିଥିଲା ଯେମିତି
ମୋ ମନ ର ଭାବନା ରେ,
ଅକସ୍ମାତ ଦୈବୀ ଦୁର୍ଘଟଣା
ଉପରେ ପଡ଼ିଲା ଯେପରି ବଜ୍ରଟିଏ ମୋର,
ଭାବୁ ଭାବୁ ଭାସି ଆସୁଥିଲା ବର୍ଷାର ସ୍ରୋତ
ନିରବିର୍ଚ୍ଛିନ୍ୱ ଭାବରେ ଅନ୍ଧାରି ମୂଲକରୁ
ହେଲେ ସବୁଆଜି ଲାଗୁଥିଲା ଖାଲି ବିଭ୍ରାନ୍ତିକର
ଭାବର ସୂଚନା, ଏହି ଅବସମ୍ଭାବି ମନରେ।
କୁହୁଡି ଘେରବନ୍ଦୀ ପରି ପ୍ରତୀତ ହେଉଥିବା
ପାଉଁଶିଆ ବର୍ଣ୍ଣର ତେଜରେ
ରାସ୍ତା ଥିଲା ଯେପରି ବନ୍ଦୀ
ଅସ୍ବାଭାବିକ ପରିସ୍ଥିତିରେ ଭୁଲବଶତଃ
ଘଟିଯାଇଥିଲା କେତେ ଘଟଣା ଦୁର୍ଘଟଣା,
ମୋ ମନର ଗଭୀରତା ମାପିବାକୁ କିବା ଅଛି
ସେଠାରେ ପଣବନ୍ଦୀ ପରି ଦିଶୁଥିବା
ଚତୁଃପାର୍ଶ୍ଵ ହାତଠାରି କହୁଥିଲା, ଯାଅନାହିଁ
ଯାଅନାହିଁ ବହୁଦୂରେ, ଧଷିଯିବ ପାହାଡ଼ର
ଅତୁଡି ପରି ମନତଳର କୋହ ଭରା
ସ୍ମୃତି ସବୁ ଫୁଲର ସମ୍ଭାରରେ ମଣ୍ଡି ହୋଇ
ଗୁନ୍ଥା ଗୁନ୍ଥା ସ୍ଵପ୍ନ ମାଳାରେ ଅନତି ଦୂରରେ।