Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Abstract

3.5  

Sarojini Mishra

Abstract

ଟଙ୍କା

ଟଙ୍କା

1 min
179


ଟଙ୍କା ଟଙ୍କା କହି ଜୀବନର ଲକ୍ଷ୍ୟ

ସବୁ ତୁ ପାଶୋରି ଦେଲୁ

ଟଙ୍କାର ମୋହରେ ଜୀବନକୁ ତୁ ଯେ

ଅଡୁଆ ତଡ଼ୁଆ କଲୁ ।


ଟଙ୍କା ମଣିଷର ବଞ୍ଚିବା ପାଇଁ କି

ନିହାତି ଯେ ଆବଶ୍ୟକ

ଟଙ୍କାର ମୋହରେ ବାନ୍ଧି ହୋଇଗଲେ

ଜୀବନ ହେବ ଯେ କଷ୍ଟ ।


ଟଙ୍କା ରୋଜଗାର କରିବାକୁ ଯାଇ

ଯଦି ନିଜକୁ ଭୁଲିଲୁ

ଦଉଡ଼ି ଦଉଡି ଧଇଁ ସଇଁ ହୋଇ

ଜୀବନ କୁ ବୋଝ କଲୁ ।


ଟଙ୍କା ରୋଜଗାର କରିବାକୁ ଯାଇ

ଯଦି ଶାନ୍ତି ହରାଇଲୁ

କି ହେବ ସେ ଟଙ୍କା ଜୀବନକୁ ଯଦି

ଉପଭୋଗ ତୁ ନ କଲୁ ।


ଟଙ୍କା ରୋଜଗାର ନିଶା କରି ଯଦି

ଆପଣା ଜନେ ଭୁଲିଲୁ

ସମ୍ପର୍କର ସ୍ଵାଦ କେତେ ଯେ ନିରାଲା

ତାହା କେମିତି ଜାଣିବୁ ।


ଟଙ୍କା ଟଙ୍କା କହି ଜୀବନ କୁ ଯଦି

ଜଞ୍ଜାଳ ମୟ କରିଲୁ

କେମିତି ବୁଝିବୁ ଜୀବନ ସୌନ୍ଦର୍ଯ୍ୟ

ଆଖି ଥାଇ ଅନ୍ଧ ହେଲୁ ।


ଟଙ୍କା ପାଇଁ ତୁହି ପତି,ପତ୍ନୀ, ବନ୍ଧୁ

ସନ୍ତାନେ ସମୟ ନ ଦେଲୁ 

ସମ୍ପର୍କର ଡୋର ହୁଗୁଳା ହୋଇଲା

ଶେଷେ ଏକା ହୋଇ ଗଲୁ ।


ଟଙ୍କା ପାଇଁ ଯଦି ଆତ୍ମାର ସଂସ୍କାର

ଉପରେ ଧୂଳି ଢାଙ୍କିଲୁ

ଶାନ୍ତି ଖୋଜିଲେ ତୁ କେଉଁଠୁ ପାଇବୁ

ନିଜକୁ ତ ନ ଦେଖିଲୁ ।


ଆରେ ବାଇମନ ମନ ଦେଇ ଶୁଣ

ଜୀବନେ ଟଙ୍କାର ଲୋଡ଼ା

ହେଲେ ଟଙ୍କା ପାଇଁ ମଣିଷ ଜୀବନ 

ସାର୍ଥକତା ଭୁଲି ନ ଯାଆ ।



Rate this content
Log in

Similar oriya poem from Abstract