STORYMIRROR

Puspanjali Panda

Classics

4  

Puspanjali Panda

Classics

ଟଙ୍କା

ଟଙ୍କା

1 min
353


ସୁଖ କିଣିବା 

ଖୁସୀ ବୁଣିବା

କରିତକର୍ମା ପରି ସବୁ କରିପାରିବା

 ନ୍ୟାୟ ରେ

ଜୀବନ ରେ ସୁଖ ଅଜାଡ଼ି ଦିଏ ତ

କେବେ ଖୁସୀ ସଜାଡେ ।!


ହେଲେ ଟଙ୍କା,

ନିଆଁ ମାଟି ପାଣି ପବନ ପରି

ଜୀବନ ଦିଏନି

ମୃତ୍ୟୁ ଟାଳିପାରେନି.

ସମୟ କୁ ରୋକି ପାରିନି. ।

ତଥାପି, ଅନେକ

ଆଦରର ,ଧନର 

ସୁଖର,ହସର ଖୁସୀର,

ଖୋରାକ ଯୋଗାଏ ଟଙ୍କା

କେବେ ବି ତା ଆଦର କମେନି।


ସବୁରି ମୂଳରେ ଟଙ୍କା

ସବୁ କାମ କରେ ଟଙ୍କା।

ଅନେକ ଆଶ୍ଚର୍ଯ୍ୟର

ଅନେକ ସ୍ବପ୍ନ ର

ପ୍ରେମର,ଭଲ ପାଇବାର

ପାହାଚ ଉପରେ ଟଙ୍କା।


ଟଙ୍କା

ପକେଟ୍ ରୁ ଯେବେ ଖସେ

ଦୁଃଖ,ଅଭାବ,ଦାରିଦ୍ର

ଯାବତୀୟ ପାର୍ଥିବ ସୁଖର ସଞା 

ନିଜପାଇଁ ବାଢିଥିବା ,ଜାଣିଥିବା

ମଣିଷ ବାୟା ହୋଇ ହସେ।


ଶୁଣିଛି

ଟଙ୍କା ଚାଲେ, କଥା କୁହେ 

 ନିର୍ଜୀବ,ଜଡ ହୋଇ ବି

କିଛି ଧାତୁ,କାଗଜର ସମାହାର

ସେଇ ଟଙ୍କା ତ ସର୍ବାଧିକ ଆବଶ୍ୟକତା

ମାୟା ମଣିଷର।


Rate this content
Log in

Similar oriya poem from Classics