ତଥାପି ଶେଷ ନ ହେବାରୁ
ତଥାପି ଶେଷ ନ ହେବାରୁ
ରାସ୍ତା ସରିଲାନି
ଚଲା ପଥର ବାଧା ହେତୁ ଅବା
ଗନ୍ତବ୍ୟ ସ୍ଥଳର ଭୁଲ ଠିକଣାରୁ
ତାହା ମୁଁ ଜାଣେନି ।
ଗତ ଚାଲିବାର କ୍ଳାନ୍ତି
ଅବଶ କଲାନି ଏ ଦେହକୁ
କାରଣ ଚାଲିବା ମୋର ଧର୍ମ – ପହଞ୍ଚିବା ନୁହଁ
ଏମିତି ସମସ୍ତେ ବି ପହଞ୍ଚି ପାରନ୍ତିନି
ଲୋଟଣୀ ପାରାର ଓଲଟ ବୃକ୍ଷକୁ
ଅର୍ବେକ ତ ଜାଣି ନାହାନ୍ତି
ଏ ରାସ୍ତାକୁ – ରାସ୍ତାର ପଥିକକୁ
ସମସ୍ତେ ଜାଣି ନାହାନ୍ତି ଦେହ ଓ ଦାହର ଦହନ
କ୍ଷୁଧା ଓ ଦାରିଦ୍ର୍ୟର ଦାଦନ
ଅତ୍ୟାଚାରର ଅନ୍ଧଗଳି
ଯଦିଓ ସମସ୍ତେ ବନ୍ଧା ଏ ଅର୍ଗଳୀରେ
ଭାବର ଦେହଳୀରେ
ଶିଶୁପାଳରୂପୀ ଶିଉଳୀରେ
ଯାନ୍ତ୍ରିକ ସଭ୍ୟତାର ଭାବଲେଶହୀନ ଦେଉଳୀରେ ।