ତତେ ଭଲପାଏ ବୋଲି
ତତେ ଭଲପାଏ ବୋଲି
ସରି ଯାଇଥିଲା କାହାଣୀ ଆମର
ଲେଖି ଦେଇଥିଲି ଇତି
ହେଲେ ଭୁଲି ମୁଁ ପାରୁନି ସେ ସ୍ମୃତି ଫର୍ଦକୁ
ନିଇତି ଆସେ ସେ ମୋ ମନ ଝରକାରେ ପଶି ।
ଖୋଲା ଆକାଶର ବିଶାଳ ଛାତିରେ
ତାରା ମିଟି ମିଟି କରେ
ରାତି ଅନ୍ଧାରରେ ତୋ'ସ୍ମୃତି ଫର୍ଦକୁ
ମୁଁ ଗୋଟି ଗୋଟି କରି ଚିରେ ।
ଶ୍ରାବଣ ଆକାଶ ଝର ଝର ମେଘ
ନିତି ମାଟି ବତୁରାଇ ଥାଏ
ମୋ ଆଖି ଆକାଶରୁ ଝରେ ଯେଉଁ ମେଘ
ଚିବୁକକୁ ଛୁଇଁ ଛାତିକୁ ଥରାଇ ଦିଏ ।
ହୃଦୟେ ସାଇତା ଅକୁହା କଥାକୁ
କହି ପାରେନି ମୁଁ କାହାକୁ
ଓଠେ ହାତଚାପି କାନ୍ଦିବାଟା ସାର
ଚାଲିବାର ଅଛି ଆଗକୁ ।
ମୁଁ ଏବେ ଆଉ ମୁଁ ହୋଇ ନାହିଁ
ହଜିଛି ଅସ୍ତିତ୍ବ ମୋର
ଉଦବେଳିତ ହୁଏ ହୃଦୟ ସ୍ପନ୍ଦନ
ଏଠି ଲାଗନ୍ତି ସଭିଏଁ ପର ।
କି ବାସ ବୁଣି ଗଲୁ ମୋ ମନ ଅଗଣାରେ
ନିଇତି ମୁଁ ଝୁରି ହୁଏ
ତଥାପି କାହାକୁ ଖୋଲି କହି ପାରେନାହିଁ
ତତେ ଭଲ ପାଉଥିଲି ଭଲ ପାଉଥିବି
ଏ ଶରୀରେ ସ୍ପନ୍ଦନ ଥିବାଯାଏ ।
