STORYMIRROR

Basanti Pattnaik

Fantasy

2  

Basanti Pattnaik

Fantasy

ତୃଷ୍ଣା

ତୃଷ୍ଣା

1 min
186

ଟିପ ଟିପ ବର୍ଷାରେ ଓଦା ହେଲାବେଳେ 

ଦେହ ମନ ଥରିଉଠେ ହାଲୁଆ ପବନରେ 

ସାଧବ ବୋହୁଟି ଘାସ ଗାଲିଚାରେ ଚାଲୁଥିଲା ବେଳେ 

ମନ ମୋର ପୁଲକିତ ହୋଇଉଠେ ଠିକ ନବ ବଧୂ ପରି ।

      ବର୍ଷାର ବଡ ବଡ ବୁନ୍ଦା ମାଟିକୁ

           ସ୍ପର୍ଶ କଲାବେଳେ 

      ବୀଣାରରୁଣୁ ଝୁଣୁ ଶବ୍ଦ 

            କର୍ଣରେ ଗୁଂଜରିତ ହୋଇଉଠେ 

  ସାରେ ଗାମା ପାଧାଁ ନିସାର   ।

              ଧ୍ୱନି ମୋ ମନକୁ ଆନ୍ଦୋଳିତ କରେ 

  ନିଜକୁ ମୁଁ ମନେକରେ ବଡ ସଂଗୀତଙ୍ଗିୟ

               ଠିକ ତାନସେନ ଙ୍କ ପରି 

   ବର୍ଷା ଋତୁକୁ ଉପଭୋଗ କଲା ବେଳେ 

               ପ୍ରେମ ବ୍ୟାଖ୍ୟା କୁ ମନ୍ଥନ କରେ 

   ପ୍ରେମରସରେ ଉବୁଟୁବୁ ହୋଇ ଆଳସୀ ବଧୂ ପରି 

                 ଅଳସ ଭାଙ୍ଗେ  ।

    ବର୍ଷାର କୋହୋଲା ପାଗରେ ପ୍ରେମିକର ସ୍ପର୍ଶରେ 

                 ମୁଁ ତରଙ୍ଗାୟୀତ ହୋଇଉଠେ 

    ନିଜକୁ ସାଧବ ବୋହୁ ପରି ସଜାଇ ନବ ବଧୂ 

               ରୂପାନ୍ତର ହେବାକୁ  

         ଇଛା କରେ  ।


          



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy