Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

3.4  

Bijay Prusty

Romance

ତୃଷାତୁର ନୀଳଜହ୍ନ

ତୃଷାତୁର ନୀଳଜହ୍ନ

1 min
326



ଝରକା ସେପାଖେ ବରଷା ଝରୁଛି

ଗାଉଛି ବେସୁରା ଗୀତ

ଆପଣାପଣରେ କୋଳେଇ ନେବାକୁ

ବଢାଇ ଦେଉଛି ହାତ I

ବରଷାରେ ଜମା ଭିଜିବନି ପ୍ରିୟା

ଦେହେ ଭରିଯିବ ତାତି

ଉଛୁଳି ଉଠିବ ପ୍ରେମର ସାଗର

ଦିନ ବି ଲାଗିବ ରାତି I

ବିରହ ବେଦନା ବରଷା ବିତାନେ

ପାଇଯିବ ଜୀବନ୍ୟାସ

ତୁମ ପ୍ରେମପାଇଁ ଲେଖି ହୋଇଯିବ

ଅଲିଖିତ ଇତିହାସ I

ଆସ ପ୍ରିୟତମା ଡେରି କରନାହିଁ

କବିତାରେ ଦିଅ ସ୍ୱର

ସ୍ଥିର ହୋଇଯାଉ ଅଭିମାନେ ଭରା

ବିଦେହୀ ମନଟା ମୋର I

ତୁମପାଇଁ ପ୍ରିୟା ସଜାଡି ରଖିଛି

ହୃଦୟ ନିଗିଡା ପ୍ରେମ

ତୁମପାଇଁ ସଖୀ ସପନ ଘେଷୁଛି

ସପନେ ତୁମରି ନାମ I

ମୋ ଓଠେ ଦେଇଛ ହସର ଲହରୀ

ଆଖିରେ ଦେଇଛ ଲୁହ

ତଥାପି ହଜୁନି ହୃଦୟରୁ ମୋର

ନୀଳ ଜୋଛନାର ମୋହ I

        


Rate this content
Log in

Similar oriya poem from Romance