ତରଙ୍ଗହୀନ
ତରଙ୍ଗହୀନ
ଶୁଷ୍କ ମନଟା ଯେବେ ଓଦା ହେବାକୁ କରେ ଇଛା
ଶୀତଳ-ମଧୁର ଜଳେ ଭିଜି ଟିକେ ଆନନ୍ଦ ପାଇଁ ।
କାହିଁକି କେଜାଣି ସମୟର ସଂଳାପ ହୁଏ ଭିନ୍ନ
ନୟନୁ ଯାଏ ଉଷ୍ମତା ଗୁଣେ ଲବଣଜଳ ବୋହି ।
ନିଜକୁ ଟିକେ ହଜାଇବାର ଆଶା ଜୀବନ ରଙ୍ଗେ
ସେବେ ଅଦିନିଆ ବର୍ଷା ଆସେ ଆଖି କୋଣୁ କାହି ।
ହୃଦୟଟା କେବେ ଚାହେଁ ଟିକେ ହୁଅନ୍ତା ଖୁସି
ଗଚ୍ଛିତ ଲୁହଗୁଡା ମାଡ଼ି ଆସନ୍ତି ବକ୍ଷେ କୋହ ହୋଇ ।
ଜଳେ ଟେକା ପଡ଼ିଲେ କେତେ ସହଜେ ଆସେ ତରଙ୍ଗ
ତରଙ୍ଗହୀନ ଏ ସମୁଦ୍ର ଯେ ଗର୍ଜୁଥାଏ ନୀରବ ରହି ।
