STORYMIRROR

subrat kumar jena

Romance Tragedy

3  

subrat kumar jena

Romance Tragedy

ତଫାତ ଏତିକି

ତଫାତ ଏତିକି

2 mins
107

ମୁଁ ପିନ୍ଧି ଥିଲି ମାୟାର ରଙ୍ଗୀନ୍ ଚଷମା

ଆଉ ତୁମେ କଳା ଧଳା ହୋଇବି ଦେଖା ଯାଉଥିଲ ରଙ୍ଗୀନ୍

ତୁମେ ଅନାୟସରେ ଖେଳି ଚାଲୁଥିଲ କପଟର ଖେଳ

ମୁଁ ଭରଷା କରୁଥିଲି ଅନ୍ଧ ଭାବରେ ପ୍ରେମରେ ତୁମରି

ତୁମେ ଦିନରେ ଜହ୍ନ ତାରା ଦେଖାଉ ଥିଲ

ମୁଁ ବି ପାଗଳଙ୍କ ପରି ଭିଜି ଯାଉଥିଲି ପ୍ରେମ ବର୍ଷାରେ ତୁମରି

ତୁମେ ଯାହା ହସି ହସି କାଟି ଚାଲୁଥିଲ ଗଳା

ମୁଁ ବି ଖୁସିରେ ଖୁସିରେ ଚଢି ଯାଉଥିଲି ଫାଶୀର ମଞ୍ଚକୁ

ତୁମେ ମିଠା ମିଠା କଥା ଶୁଣାଇ ଗଳାଇ ଦେଇଥିଲ

ଫାଶୀ ର ଦଉଡାକୁ ସମୟ ଉହାଡଳରେ ଜହ୍ଲାଦ ହୋଇ

ମୁଁ ଆତ୍ମ ଚିତ୍କାର କରୁଥିଲି ଯନ୍ତ୍ରଣାର ତାଡ଼ନାରେ

ତୁମେ ହସି ଚାଲିଥିଲ ବିଦ୍ରୋହୀନୀ ହୋଇ

ଶୋଷି ଚାଲିଥିଲ ମୋର ଶେଷ ରକ୍ତ ବିନ୍ଦୁକୁ

ଶରୀର ଟା ମୋର ଶେଷ ନିସ୍ତେଜ୍ ହେବା ଯାଏ

କିନ୍ତୁ ଆତ୍ମାଟା ମୋର ଝୁରୁଥିବ

ତୁମକୁ ଗୋଟେ ନୂଆ ଜନ୍ମ ଯାଏ

ତୁମେ ଆଖିରେ ବାନ୍ଧି ଦେଉଥିଲ କଳାର ପଟି

କହୁଥିଲ ଖୋଜିବାକୁ ଖୁସିର ସଂଜ୍ଞାକୁ

ମୁଁ ବି ଧେତ୍ କି ପାଗଳ ଥିଲି

ସତ ମିଛ ପରଖି ପାରୁ ନଥିଲି ତୁମରି ଆଗରେ

ଆଖି ବନ୍ଦ କରି ମାନି ନଉଥିଲି ସବୁକିଛି

ଫରକ୍ ଏତିକି ତୁମେ ଆସିଥିଲ ଚାଲି ଯିବା ପାଇଁ

ମୁଁ ଧାଉଁ ଥିଲି ତୁମକୁ ସାତ ଜନ୍ମର ସାଥି କରିବା ପାଇଁ

ତଫାତ୍ ଏତିକି ତୁମେ ବାଜି ମାରିନେଲ ରାଧା ହୋଇ

ମୁଁ ଖାଲି ଯାହା ପଡି ରହିଲି ଶ୍ରୀଖଣ୍ଡି ହୋଇ

ଯାହାକୁ ତୁମେ ଦୋହରାଇ ଚାଲୁଛ ଏଯାବତ୍

ଜନ୍ମ ପରେ ଜନ୍ମ ତୁମେ ଖେଳୁଛ ଧୋକାର ଖେଳ

କେବେ ପ୍ରେମରେ ତ କେବେ ପ୍ରତାରଣାର ଏସିଡ ମାଡ଼ରେ

ମୋର ଅସ୍ତିତ୍ବକୁ ବାରମ୍ବାର କରିଚାଲିଛ କୁଠାରଘାତ

ହେଲେ ଦେଖ ଶ୍ରୀରାମଙ୍କ ପଦର୍ ବିନ୍ଦ ଲାଗିଲା ପରି

ମୁଁ ହୋଇଛି ମୁକ୍ତ

ଝଟୁକୁଛି ସହର ଗାଁର ଛକ ମୁଣ୍ଡରେ ଶିଳ୍ପୀର ସ୍ପର୍ଶରେ

ଫରକ୍ ଏତିକି ତୁମେ ଯାହା ବୁଝିଲନି ଖାଲି

ଜହ୍ନର ଶୀତଳ କିରଣରେ ଲଗାଇ ଦେଲ ଘୃଣାର ନିଆଁ

ଜାଳିଦେଲ କୋଟି କୋଟି ସମ୍ପର୍କକୁ

ଦଳି ମକଚି ଦେଲ ପାଦର ତଳେ ଆତ୍ମବଡ଼ିମାରେ

ଯାହାର ଛିଟା ଆଜି ବି ଦେଖାଦିଏ ପଳାଶ ବନରେ

ଖାଲି ଯାହା ତୁମ ଲାଗି ଆଜି ଗଙ୍ଗଶିଉଳି ଲଜିତ

ଝଡ଼ିପଡେ କାହାକୁ ମୁହଁ ଦେଖାଇଲା ଆଗରୁ

କାଳେ କିଏ ପଚାରି ଦେବ ତୁମ ସମ୍ପର୍କ ବିଷୟରେ

ଯାହାର ଉତ୍ତର ନାହିଁ ତା ପାଖରେ କି ମୋ ପାଖରେ

ତଫାତ୍ ଏତିକି ତୁମେ ତୁମେ ହୋଇ ରହି ଗଲ

ଆଉ ମୁଁ ଆଜି ବି ମୁଁ ହୋଇ ଭୁଲି ପାରୁନି ତୁମକୁ

ଖୋଜି ଚାଲିଛି କେତେ ସମ୍ପର୍କର ଗିରି ଶୃଙ୍ଗ ଡେଇଁ

ପ୍ରତ୍ୟେକଟି ଜୀବନର ଏ ପାଖରୁ ସେ ପାଖ ଯାଏଁ

ଅନ୍ୱେଷଣରେ ତୁମରି ଲିଭି ଯାଇଥିବା

ପାଦ ଚିହ୍ନର କ୍ରମିକ ସଂଖ୍ୟାକୁ ଆଖି ନ ପାଇଲା ଯାଏ ।


Rate this content
Log in

Similar oriya poem from Romance