Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Classics

3  

Rabindra kumar Sahoo

Abstract Classics

ତୋର ବାଇଶି ପାହାଚେ ଗଡି ଗଡି

ତୋର ବାଇଶି ପାହାଚେ ଗଡି ଗଡି

1 min
227


    ତୋର ଶରଧା ବାଲିକୁ

      ମୁଣ୍ଡେ ମାରି

   ତୋର ଜଗନ୍ନାଥ ନାମ

       ତୁଣ୍ଡେ ଧରି

    ସିଂହ ଦ୍ଵାରେ ତୋର

       ଗୀତ ଗାଇ ଗାଇ

     ତୋର ବଡଦାଣ୍ଡେ

        ଚାଲି ଚାଲି ଯାଇ

     ତୋର ବାଇଶି ପାହାଚେ

          ଗଡି ଗଡି

      ତୋର ରଥ ଦଉଡିକୁ 

            ଭିଡ଼ି ଭିଡି

      ମୋ'ର ପିଣ୍ଡୁ ପ୍ରାଣ

         ଯାଆନ୍ତା କି ଛାଡି ?

       ତୋର ଟଙ୍କ ତୋରାଣିକୁ

           ପାନ କରି

        ତୋର ଅବଢ଼ା ଅନ୍ନକୁ

           ଭୁଞ୍ଜି କରି

        ତୋର ଅଇଁଠା କୈବଲ୍ୟ

           ସାଉଁଟି କରି

       ତୋର ନିର୍ମାଲ୍ୟ କଣିକା

          ତୁଣ୍ଡେ ମାରି

        ତୋର ଛଡା ତୁଳସୀକୁ

           ହାତେ ଧରି

       ମୋ'ର ପ୍ରାଣ

         ଯାଆନ୍ତା କି ଛାଡି ?

         ତୁ ମହାବାହୁ

         ତୋର ରତ୍ନ ସିଂହାସନ

         ତୁମ ତିନି ଭାଇଭଉଣୀଙ୍କ

         ଚତୁର୍ଦ୍ଧା ମୂର୍ତ୍ତିକୁ ଦରଶନ କରି

         ତୋର ମୁକ୍ତିମଣ୍ଡପରେ

          ପାପ ପ୍ରାୟଶ୍ଚିତ କରି

         ତୋର ନୀଳଚକ୍ର ବାନାକୁ

         ପାପ ନେତ୍ରେ ଦରଶନ କରି

         ମୋ'ର ପାପ ପଙ୍କିଳ ଏ ଶରୀରୁ

         ମୋ ପ୍ରାଣ ଯାଆନ୍ତା କି ଛାଡି ?

         ତୋର କୋଇଲି ବୈକୁଣ୍ଠ

         ଦରଶନ ସାରି

        ସବୁ ପାର୍ଶ୍ଵ ଦେବାଦେବୀଙ୍କୁ

        ମନ ଭରି ବୁଲି ସାରି

        ତୋର ବାଇଶି ପାହାଚେ

             ଗଡି ଗଡି

        ଏ ପିଣ୍ଡୁ ପ୍ରାଣ ମୋ'ର

          ଯାଆନ୍ତା କି ଛାଡି ?

       ତୋ କଳାବଦନ

        ତୋ ଚକା ନୟନ

       ତୋ ରତ୍ନସିଂହାସନ

        ଅରୁଣ ସ୍ତମ୍ଭକୁ କୁଣ୍ଢାଇ

        ସବୁ ଦରଶନ ସାରି

        ବାଇଶି ପାହାଚେ

            ଗଡି ଗଡି

         ପିଣ୍ଡୁ ପ୍ରାଣ ମୋ'ର

           ଯାଆନ୍ତା କି ଛାଡି ?

       ତୋର ନଟକୂଟ

          ହେ କଳା ସାଆନ୍ତ

         ମୁଁ ଜାଣିବି କେମନ୍ତ

        ତୋର ରଥ ଭିଡୁ ଭିଡୁ

         ରଥ ଚକ ମାଡି

        ମୋ ପିଣ୍ଡୁ ପ୍ରାଣ

         ଯାଆନ୍ତା କି ଛାଡି ?

        ତୋର ନାମ ଧରି

         ଯାଇ ତୋର ଧାମ ପୁରୀ

        ବାଇଶି ପାହାଚେ ଗଡି ଗଡି

         ମୋ'ର ପିଣ୍ଡୁ ପ୍ରାଣ

           ଯାଆନ୍ତା କି ଛାଡି ?

     

          

           

            



Rate this content
Log in

Similar oriya poem from Abstract