STORYMIRROR

RAJENDRA DASH

Romance

3  

RAJENDRA DASH

Romance

ତୋ କଥା ମନେ ପଡେ

ତୋ କଥା ମନେ ପଡେ

1 min
306


ତୋ କଥା ମନେ ପଡେ ପ୍ରତ୍ୟୁଷର ଆଭା ଆସିବା ପୂର୍ବରୁ, 

ପ୍ରଦୋଷର ଆଭା ସରିବା ପରେ,

ରାତ୍ରିର ଚାଦର ଓଢେଇ ଆକାଶକୁ ନିଦ ଆସିଯାଏ ଯେତେବେଳେ

ତୋ ମୁଁହ ଭାବି ତୋ ପ୍ରେମକୁ ତୋ ସ୍ନେହକୁ ପ୍ରତି କ୍ଷଣେ ଅନୁଭବ କରୁଥାଏ ମୁଁ ଏକାନ୍ତରେ,

ତୋ କଥା ମନେ ପଡେ ସୂର୍ଯ୍ୟଙ୍କ ଉଷ୍ମତା ଆସିବା ପୂର୍ବରୁ

ଚନ୍ଦ୍ରମାର ଶୀତଳ ତା ସରିଯିବା ପରେ,

ଶୀତ ରାତିର ଅସମ୍ଭାଳ ଜାଡରେ ରୁଧିର ବରଫ ପାଲଟି ଯାଇଥିବା ବେଳେ,

ମୁଁ ସହଜ ବୋଧ କରେ, 

ତୋ ପରଶରେ 

ତୋ ଆଉଁସାରେ,

ନିଜକୁ ସମ୍ଭାଳି ଥାଏ ତୋ ଶରୀରର ଉଷ୍ମତାରେ,


ତୋ କଥା ମନେ ପଡେ ସୂର୍ଯ୍ୟମୁଖୀର ସୂର୍ଯ୍ୟଙ୍କ ଅପେକ୍ଷା ଅନ୍ତ ହେବା ପୂର୍ବରୁ,

କୁମୁଦିନୀର ଚନ୍ଦ୍ର ପ୍ରୀତି ଆରମ୍ଭ ହେଲା ପରେ,

ତୋ କୁମୁଦିନୀ ଆଖି ସହ ମୋ ଚନ୍ଦ୍ରବଦନର ହୁଏ ସାକ୍ଷାତକାର ,

ତୋ ଓଠର ଆର୍ଦ୍ରତା ବଢ଼ିଯାଉ ଥାଏ ମୋ ଗଭୀର ଚୁମ୍ବନରେ,


ତୋ କଥା ମନେ ପଡେ ଦିବସର ପ୍ରଥମ ପ୍ରହର ଆସନ୍ନ ପୂର୍ବରୁ,

ରଜନୀର ଶେଷ ପ୍ରହରର ବିଦାୟ ପରେ,

ଅଧା ନିଦ ରୁ ଉଠି ତୁ ବାହୁ ବେଷ୍ଟନୀରେ ଘୋଡେଇ ଦେଉ ମୋତେ,

ମୋ ମୁହଁ ଲୁଚିଯାଏ ତୋ ନଗ୍ନ ବକ୍ଷୋଜର ଆଢୁଆଳରେ, 


ତୋ କଥା ମନେ ପଡେ ଭ୍ରମର ଫୁଲକୁ ଚୁମିବା ପୂର୍ବରୁ,

ଖଦ୍ୟୋତର ମିଞ୍ଜୀମିଞ୍ଜି ଆଲୋକ ଶେଷ ହେବା ପରେ,

ତୋ ନିଃଶ୍ୱାସର ଉଷ୍ମ ବାୟୁ ମୋ ଆନନକୁ ବିବ୍ରତ କରିବା ପରେ,

ଅସମ୍ଭାଳ ଅଗ୍ନିକୁ ଦମନାର୍ଥେ ମୋ ଅଙ୍ଗୁଳି ଆଶ୍ରୟ ନିଏ ତୋ ନାଭି ଗର୍ତ୍ତରେ,


ତୋ କଥା ମନେ ପଡେ ଅଧ୍ୟାତ୍ମ ଉଠି ଯିବା ପୂର୍ବରୁ,

କାମନା ଶେଯ ପାରି ଶୟନାର୍ଥେ ଯିବା ପରେ,

ତୋ ଯୌବନ ସାଗରରେ ପୂର୍ଣ୍ଣବାସି ଅଶାନ୍ତ ଜୁଆର ରୂପୀ ବାସନା ମୋର,

ଦୁଇ ପ୍ରାଣ ଦୁଇ ଆତ୍ମା ସତେ କି ଆବଦ୍ଧିତ ହୁଏ ଏକ ମିଳନର ପ୍ରାରମ୍ଭରେ,



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance