STORYMIRROR

RAJENDRA DASH

Romance Others

3  

RAJENDRA DASH

Romance Others

ସ୍ୱପ୍ନା

ସ୍ୱପ୍ନା

1 min
285

ଆଜି ବି ଆସ ତୁମେ ମୋ ସ୍ବପ୍ନ ରେ,

ଏଇତ ଆଜି ର ପାହାନ୍ତିଆ ସ୍ବପ୍ନ

ତୁମେ ଆସିଥିଲ ତୁମର ସେଇ ଗୋଲାପୀ ଶାଢ଼ୀ ପିନ୍ଧି,

ଓଠ ବି ଝଟକୁ ଥିଲା ଗୋଲାପୀ ଲିପଷ୍ଟିକ ପରଶ ରେ ।


ମୁହଁ କୁ ଅଧା ବଙ୍କା କରି ଆଜି ବି ହସୁଥିଲ,

ତୁମର ସେ ଦୁଷ୍ଟାମୀ ଭରା ସ୍ମିତ ହାସ୍ୟ ସହ,

ଆଖି ରେ ସେ କଜ୍ଜଳ ବି ମନେ ଅଛି,

ଯାହା କୁ ତୁମ କୁ ଉପହାର ଦେଇଥିଲି ତୁମ ଜନ୍ମ ଦିନ ରେ।


ତୁମେ ମନେ ପଡ଼, ପ୍ରତି ନିଶ୍ୱାସ ରେ

ତୁମେ ଯୋଡ଼ି ହୋଇ ଅଛ ମୋ ପ୍ରତି ବିଶ୍ଵାସ ରେ

ଏବେ ବି ମୁଦ୍ରିତ ଆଖି ରେ ତୁମରି ଚେହେରା

ତୁମ ଅବସ୍ଥିତି  ମୋ ସ୍ବପ୍ନ ରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance