STORYMIRROR

RAJENDRA DASH

Others

3  

RAJENDRA DASH

Others

ନାୟିକା

ନାୟିକା

1 min
150

ତୁମେ ନାୟିକା ଅବା ଖଳନାୟିକା, ବୁଝି ପାରି ନାହିଁ, ଭୁଲି ପାରି ନାହିଁ, ମୋ ହ୍ରୁଦରେ ତୁମ ଅଜାଣତେ, ଟାଣି ଦେଇଥିବା ସେ ସରଳ ରେଖା।।


ସେ ସରଳ ରେଖା ଥିଲା ସମାନ୍ତର, ମିଳନ ହେବା ବି ଥିଲା ଅବାନ୍ତର, ତଥାପି କାଳେ ତୁମେ ହେବ କି ମୋର, ଭୁଲି ଯାଇ ସବୁ ପାର୍ଥକ୍ୟ, ଅନ୍ତର।।


କେବେ ତୁମ ସେ ଗୋଲାପି ଲିପ୍ଷ୍ଟିକ୍। ବୋଳା ଓଠ ରେ,ଅନ୍ୟମନସ୍କ କରେଇଲ ତୁମ ଫିକ୍ କିନା ହସ ରେ, କଳ୍ପନା ମାନିନୀ ଭଞ୍ଜିନି ରସବତି ଲାବନ୍ୟା ଗୋ, କଳ୍ପନା ସ୍ଵପ୍ନ କି ସତ୍ୟ କଳା ତୁମ ଲାସ୍ୟ ରେ।।


ତୁମ ଅବୟବ ତୁମ ପୀରତି, ତୁମ ଆଖି କୁହେ କାହାଣୀ

ତୁମ ସରମ ର କାଣି ଆଙ୍ଗୁଠି କାମୁଡ଼ା, ସହସ୍ର ଥର ଏ ଛାତି କୁ ଦେଇଥିଲା କି ହାଣି।।


ତୁମେ ମନେ ପଡ଼ ଅର୍ଦ୍ଧ ଚେତନା ରେ, କେବେ ନିବିଡ଼ତା ରେ,

କେବେ ଏକାନ୍ତ ରେ, କେବେ ଲୁହ ରେ, କେବେ ଅବା ଦୁଃଖ ରେ,

ସଚେତ ସଞ୍ଜମ ସୁଖୀ ରେ ନାହିଁ ତୁମ ଭାବନା, 

କିନ୍ତୁ କେଉଁ ମୁହୂର୍ତ୍ତେ ଅବା ମୁଁ ଶୁନ୍ୟ ଚେତନା????


ଜାଣିଛ କି ଉତ୍ତର ତୁମ, ଜାଣି ବି ଅଜଣା ରହିଛ କି ତୁମେ,

ଆଖି ରେ ଆଖି ମିଶେଇ ନ ଜାଣି ଅବୁଝା ହେବାର ଅଭିନୟ ପୁଣି କରିବ କି ତୁମେ।।


ତୁମ ର ସେ ଟାଣି ଥିବା ଗାର, ନୂଆ bike ରେ scratch ର ଆଖି ଠାର, ନା ଲିଭେଇ ହୁଏ, ନା ବଦଳେଇ ହୁଏ,

ସହିବାକୁ ହୁଏ ତା ' ଆଖି ଠରା ପ୍ରହାର।।


ନିବିଡ଼ ହେବା ର ପ୍ରତିଶ୍ରୁତି ରୁ ନିଖୋଜ ହେବା ର ସଂକଳ୍ପ ଯାଏଁ,

ତୁମ ଶ୍ୱାସ ର ଉଷ୍ମତା ରେ ଉଷୁମ ହେବା ଠୁ ଜଳିଯିବା ଯାଏଁ,

ଭୁଲିଯିବା ର ଏ ପ୍ରୟାସ, ପ୍ରଚେଷ୍ଟା ଅବିରତ ବଞ୍ଚିଥିବା ଯାଏଁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍