STORYMIRROR

RAJENDRA DASH

Tragedy

2  

RAJENDRA DASH

Tragedy

ସମାନ୍ତର ରେଖା

ସମାନ୍ତର ରେଖା

1 min
144


ମୁଁ ପଜିଟିଭ ତ ତୁ ନେଗେଟିଭ ପୋଲ ଚୁମ୍ବକ ର,

ମୁଁ ଶାନ୍ତ ମଳୟ ତ ତୁ ଝାସ ଅଶାନ୍ତ ଅନଳ ର,

ମୁଁ ନୀରବ ରଜନୀ ତ ତୁ କୋଳାହଳ ପ୍ରହର ପୂର୍ବାହ୍ନ ର,

ତଥାପି କାହିଁକି ତୁ ଲାଗୁ ନିଜର ନିଜର?


ମୁଁ ତ ଲିଭିବାକୁ ଅପେକ୍ଷା ରତ ଦୀପ ଶିଖା ଟିଏ,

ତୁ ଆହୁତି ଦେବାକୁ ଉଦ୍ୟତ ଘୃତ ପାତ୍ର ଟିଏ,

ତୋ ପରଶେ ଜ୍ୱାଜ୍ଵଲ୍ୟ ହୋଇ ଉଠେ ମୁଁ,

କିନ୍ତୁ ଆଉ କେଉଁ ଦୀପ ପାଇଁ ତୋ ଦରଦ ରେ ଅସହ୍ୟ ହୋଇଯାଏ



ତୁ ଅସମ୍ଭଭା ପ୍ରଗଳ୍ଭା ବନ୍ୟା ର ଅମାନିଆ ସ୍ରୋତ ଟିଏ,

ମୁଁ ଅଶ୍ୱସାଳ ରେ ବନ୍ଦୀ ବାଧ୍ୟ ଅଶ୍ୱ ଟିଏ,

ଦୌଡ଼ିବା ପାଇଁ ସଦାସର୍ବଦା ରାଜି ମୁଁ ଯେ,

କିନ୍ତୁ ତୋ ବେଗେ ମୁଁ ତ ସାମାନ୍ୟ କିଟ ଟିଏ।।



ତୁ ମ୍ୟୁଜିକ୍ ର ବିଟ୍ ପରି ନୂତନ,

ମୁଁ ସଙ୍ଗୀତ ର ରାଗ ପରି ପ୍ରାଚୀନ,

ତୁ ଡାଲଗୋନା କଫି ସିସିଡି ର,

ମୁଁ ତ ଭାସୁଥିବା ମୁଢ଼ି ଅଦା ଦିଆ ନାଲି ଚାହା ର।।



ତୁ ତ ଚାହୁଁ ଉଡିବାକୁ,ବୁଲିବାକୁ, 

ବସନ୍ତ ର ସଦ୍ୟ ବାସନ୍ତୀ ଟିଏ ସାଜିବାକୁ,

ମୁଁ ତ ନିଦାଘ ର ଅସହ୍ୟ ଉତ୍ତାପ ର ରଶ୍ମି ଟିଏ,

ଅନେକ ଭର୍ସନା ପରେ ବି ବାଧ୍ୟ ମୋ ବଦାନ୍ୟତା ଅଜାଡିବାକୁ



ତୁ ତ ମୂଲ୍ୟବାନ ହୀରା ଟିଏ,

ଶାମୁକା ର ମୋତି ଟିଏ,

ମୋ ପରି କୋଇଲା ର ଅଙ୍ଗାର ପାଇଁ

ତୁ ଅପ୍ରାପ୍ୟ ରତ୍ନ ଟିଏ,




ଅସରନ୍ତି ଅବର୍ଣ୍ଣନୀୟ ଏଇ ପାର୍ଥକ୍ୟ ଆମର,

ଦୁଇ ସରଳ ରେଖା ଆମେ ଯେ କି ପରସ୍ପର ସମାନ୍ତର,

ମିଳନ ବିନ୍ଦୁ ପାଇଁ ତଥାପି ମୁଁ ଉଦ୍ୟତତର ,

କାହିଁ ମୋ ମନ ଆଞ୍ଜୁଳା ରେ ଅସ୍ଥିର ଆବେଗ ମୋହର?



ମୁଁ ପଜିଟିଭ ତ ତୁ ନେଗେଟିଭ ପୋଲ ଚୁମ୍ବକ ର,

ମୁଁ ଶାନ୍ତ ମଳୟ ତ ତୁ ଝାସ ଅଶାନ୍ତ ଅନଳ ର,

ମୁଁ ନୀରବ ରଜନୀ ତ ତୁ କୋଳାହଳ ପ୍ରହର ପୂର୍ବାହ୍ନ ର,

ତଥାପି କାହିଁକି ତୁ ଲାଗୁ ନିଜର ନିଜର ?




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy