ଅଳସୀ ପ୍ରିୟା
ଅଳସୀ ପ୍ରିୟା


ଆଳସ୍ୟ ଭରା ସୂର୍ଯ୍ୟର ସଦ୍ୟ କିରଣ ସହ, ଅଳସ ଭାଙ୍ଗି ଯେବେ କୁହ କିଛି ପଦ କଥା
ସେ କଥାର ମାଦକତା ଆଗେ ପ୍ରିୟା ତୁମ ଚୁମ୍ବନ ବି ଲାଗେ ତୁଛ;
ଆଖି ମଳି ମଳି ଖୋଲ ଅନ୍ନିଚ୍ଛl ସହ, ଓଠରୁ ଗ୍ରୀବା ଯାଏଁ ଲାର ରସ ବନେଇଥିବା ସେ ରାସ୍ତା
ବିଶ୍ଵାସ କର ଲାବଣ୍ୟବତୀ ର ସୌନ୍ଦର୍ଯ୍ୟ ତା' ଆଗେ ଲାଗେ ମିଛ ।
ଅଧୁଆ ମୁହଁରେ ତୁମ ଅଜାଣତେ, ଚମକି ଉଠେ ତୋଫା ଚକ୍ଚକ୍ ମୋତି ପରି ଦନ୍ତ ମାଳ
ଭାସି ଆସେ ପ୍ରଭାତର ପ୍ରଥମ ଅଭିବାଦନ, ତା' ସହ ଏକ ମଧୁର ଗନ୍ଧ;
ଧୀରେ ଧୀରେ ଜକେଇ ଆସୁଥିବା, ଛାଡିବାକୁ ଅନାଗ୍ରହୀ ଆଖିର ସରୁ ତରଳ
ତୁମ ପ୍ରଥମ ହIଇ ମାରିବାର ଶବ୍ଦ ବି ସୃଷ୍ଟି କରେ ସତେ ମନୋହର ଛନ୍ଦ ।