STORYMIRROR

RAJENDRA DASH

Romance

4  

RAJENDRA DASH

Romance

ପ୍ରଶ୍ନ କିଛି ତୁମର, ଉତ୍ତର କିଛି ମୋର

ପ୍ରଶ୍ନ କିଛି ତୁମର, ଉତ୍ତର କିଛି ମୋର

2 mins
108

ମୁଦ୍ରିତ ନୟନ, ସେଥି ଝଡ଼ ସୃଷ୍ଟି କରେ ତୁମ କେଶ 

ତାକୁ ସଜାଡିବାକୁ ଚାଲିଯାଇ ମୋ ହାତ, ଓଠରେ ଆସେ ଏକ ତିର୍ଯ୍ୟକ୍ ହସ


ତୁମେ ପଚାର ,"କୁହ କାଇଁ ଭଲ ପାଅ?

ମୁଁ ତ ସୁନ୍ଦର୍ ନୁହେଁ, ନୁହେଁ ଅବା ବୁଦ୍ଧି ମତି

ତଥାପି ତୁମେ କୁହ ତୁମେ ଭଲ ପାଅ, ହେଲେ କାହିଁକି, 

କୁହ କାହିଁ ଭଲ ପାଅ?"


କଣ କହିବି ଉତ୍ତର ରେ ମୁଁ, 

ସାଗର ର ଉତ୍ତାଳ ତରଙ୍ଗ ରେ ଉବୁଟୁବୁ ହେଉଥିବା 

Oxygen ପାଇଁ ସଙ୍ଘର୍ଷ କରୁଥିବା

ବୁଡିଯାଇଥିବା ଲୋକ ଟିଏ ମୁଁ,


ତୁମେ ତ କୂଳ ରେ ଥିବା ହାତ ପାହାନ୍ତିଆ ଲତା ଟିଏ

ମୋ ଦିଗହରା ଜୀବନ ଡଙ୍ଗା ର କାତ ଟିଏ,

ଅନ୍ଧକାର କୁହୁଡି ଭରା ଅନିଶ୍ଚିତ ରାସ୍ତା ରେ

ବିଶ୍ୱାସ ର ସହ ଆଗକୁ ବଢ଼ା ଯାଇଥିବା ପାଦ ଟିଏ,


ପୁଣି ତୁମେ ପଚାର ," କାହିଁ ଆଗ ପରି ଭଲ ପାଉ ନା,

 କଣ ମୋ ଭେକ ରେ ଆସିଯାଇଛି ଅସମ୍ପୂର୍ଣ୍ଣତା

କୁହ କେଉଁ ପ୍ରସାଧନ ମାଖି ହେବି 

କେଉଁ ଅତର ର ବାସ୍ନା ଅନ୍ତ କରିବ ତୁମର ଏ ଦୂରତା?"


ମୁଁ କୁହେ ହସି ହସି, " ତୁମେ ଫୁଲ ନୁହେଁ,

 ମୁଁ ନୁହେଁ ମଧ୍ୟ ତୁମ ମଧୁ ମକ୍ଷିକା,

ଉଡିବାକୁ ଇଚ୍ଛା ନାହିଁ ମୋର , 

ନା ଇଚ୍ଛା ଖୋଜିବାକୁ ଅନନ୍ୟ ଅନାମିକା"


ମୁଁ ତ କୁମୁଦ,.... ହଁ ମୁଁ ହିଁ କୁମୁଦ 

ତୁମେ ତ ମୋ ପୂର୍ଣ୍ଣିମା ର ଚନ୍ଦ୍ରିକା

ଦୂର ରୁ ଦେଖେ , ଦେଖି ହସିଦିଏ, କଥା ବି ହୁଏ

ତୁମ ସହ ମିଳନ ର ଥାଏ ବାସ୍ ଏକ ଦୁର୍ବାର ପ୍ରତିକ୍ଷା


ପୁଣି ପଚାର ତୁମେ," ବିରକ୍ତ କି ତୁମେ ମୋ ଉପରେ?"

ନିଜ ଅଭିବ୍ୟକ୍ତି ବି ଦିଅ ଅଭିମାନ ଭରା ଲୋତକ ରେ

ପଚାର ପୁଣି," ଭଲ ପାଉନା ଯଦି ବାହା ହେଇଯାଓ ଆଉ କାହାକୁ

କିନ୍ତୁ ମୋ ପରି କେହି ନାହିଁ ଯେ ଭଲ ପାଇ ପାରିବ ତୁମେ ଓ ତୁମକୁ"


ସତ୍ୟ ତ ସେୟା ନିଶ୍ଚିତ ଭାବେ, 

କେହି ଭଲ ପାଇ ନାହିଁ ପାଇ ପାରିବେ ବି ନାହିଁ ମୋତେ ତୁମ ଛଡ଼ା

ସମସ୍ତ ଙ୍କ ଆଖି ମୋ କଳା ରେ, ମୋ ବିଚାର ରେ, ମୋ ଦକ୍ଷତା ରେ

ତୁମେ କିନ୍ତୁ ପୂର୍ଣ୍ଣଚ୍ଛେଦ ଟାଣ ମୋ ଅବିଶ୍ୱାସ ରେ, ମୋ ବିଫଳତା ରେ ମୋ ଅପୂର୍ଣ୍ଣତା ରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance