STORYMIRROR

RAJENDRA DASH

Romance

3  

RAJENDRA DASH

Romance

ତୁମ ଅପେକ୍ଷାରେ

ତୁମ ଅପେକ୍ଷାରେ

1 min
369

କେବେ ତୁମ ଝାଳ ଗନ୍ଧ ଭରା ବାସ୍ନାରେ ମୁଁ ବ୍ୟସ୍ତ ବିବ୍ରତ ହେଇଯାଏ କେଉଁ ଏକ ଅଫୁରନ୍ତ କାମନା ନିଆଁର ଜ୍ଵାଳାରେ

କେବେ ତୁମ ଅଧୁଆ ମୁହଁର ଅଧରକୁ ଚୁମିବାକୁ ଇଚ୍ଛା ହୁଏ,

ଚନ୍ଦ୍ରମୁଖୀକୁ ଚନ୍ଦନ କି ମାନିବ, ଥାଉ ନା ବାସ୍ ସେମିତି ମୁହଁକୁ ଦେଖିବାକୁ ମୋର ମନ ହୁଏ,


କେବେ ଆଲୁଲାୟିତ କେଶର ଉତ୍ତାଳ ତରଙ୍ଗରେ ବୁଡିଯାଏ ମୁଁ,

ବୁଡିରହି ହଜିବାକୁ ମଜି ବାକୁ ଚାହେଁ,ଅଣ ନିଶ୍ବାସୀ ହେବା ଯାଏଁ

କେବେ ତୁମ ଲଲାଟକୁ ଚୂମିବାକୁ ଇଚ୍ଛା ହୁଏ,

ସାଗର ଜଳ କି ଆୟତ୍ତେ ରହିବ,

ଥାଉ ନା ଗଭା ଖୋଷ ନାହିଁ ତୁମେ,

ସେଇ କେଶର ଉର୍ମିରେ ଖେଳିବାକୁ ଇଚ୍ଛା ହୁଏ,


ଲାଜ ର ଓଢ଼ଣୀ ଟାଣି କାହିଁ ହୁଅ ତୁମେ ଲାଜବତି, ଅଲଜ୍ୟା ହୋଇ ଯାଏ ମୁଁ,

ଲାଜ ନୁହେଁ ଅଲାଜୁକୀ ଭାବେ ମନ ଆଇନାରେ ଦେଖୁଥାଏ,

 କେବେ ତୁମ ଲାଜ ଓଢ଼ଣୀ ଟାଣି ବିବସ୍ତ୍ରା କରିବାକୁ ଇଚ୍ଛା ହୁଏ,

ଲଜ୍ଜା ନୁହେଁ ଅଲଜ୍ୟା ସାଜେ ତୁମକୁ ଭାରି,

ତୁମ ଅଲଜ୍ୟାର ଲଜ୍ଜାହୀନ ପୂଜାରୀ ସାଜୁଥାଏ।


ତୁମ ଚୁମ୍ବନର ପ୍ରତିଟି ମୁହୂର୍ତ୍ତ ଅନୁଭବ କରେ,

ତୁମ ଶରୀରର ପ୍ରତିଟି ଅଙ୍ଗକୁ ବି ଅନୁଭବ କରେ,

ଦେହେ ଜଳୁଥିବା ଏଇ ଲେଲିହାନ୍ ବହ୍ନିକୁ କେବଳ ତୁମ ଚେତନା 

ତୁମ ଭାବନା, ତୁମ କଳ୍ପନା ହିଁ ପ୍ରଶମିତ କରିପାରେ,


ତୁମ ଅପେକ୍ଷାରେ ..... ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance