STORYMIRROR

RAJENDRA DASH

Abstract

2  

RAJENDRA DASH

Abstract

ବାପା

ବାପା

1 min
229

ପିଲାଦିନେ ହାତଧରି ଚାଲିବା ଶିଖିଲି ଯା'ର

ଯାହା କାନ୍ଧେ ବସି ଦେଖିଲି ଏଇ ଦୁନିଆ

ମୋ ପାଇଁ କେତେ ସେନେହ ତାହାର

ଆକଟ ବି କରୁଥିଲା ହେଲେ ଆମାନିଆ


ହୃଦୟର ସବୁ ଦୁଃଖ ଛାତି ତଳେ ଚାପି

ହସି ହସେଇବା କଥା ଶିଖେଇଲା ଯିଏ

ମୋ ପାଇଁ ସ୍ଵୟଂ ନାରାୟଣ ପରି

ଚଳନ୍ତି ପ୍ରତିମା ବାପା ମୋର ସିଏ


ଅସରନ୍ତି ରାସ୍ତା ଏଠି ଚାଲିବାକୁ

ଏକା ଏକା ଲାଗେ ଭାରି ଡର

ଥା'ନ୍ତ କି ତୁମେ ବାପା ପାଖେ ପାଖେ

ବାଟ ନିଅନ୍ତ କଢ଼ାଇ ହାତ ଧରି ମୋର;


ମନେପଡ଼େ ସେ ପିଲାଦିନ କଥା

ସେ ଚାଲୁ ଚାଲୁ ଝୁଣ୍ଟିବା

ପାଖେ ଥାଇ କହୁଥିଲ,"

କିଛି ହେଇନି ରେ ତୋର , ଉଠ୍ ବାବା


ପୁଣି ମନେ ଅଛି କହୁଥିଲ,

ପଡିଗଲେ ଖେଳ ଯାଏ ନାହିଁ ସରି

ଜିତିବା ପାଇଁ ଜନ୍ମ ତୋର

କେବେ ଯିବୁ ନାହିଁ ହାରି


ଜୀବନ ରେ ତୁ ଯେଉଁଠି ଥା ' ଯେମିତି ଥା '

ମୋ ପାଖେ କିଛି ରଖିବୁନି ଅଛପା

ତୋ ପାଖେ ମୁଁ ସଦା ଥିବି ଧନ

ମୁଁ ପରା ତୋର ବାପା


ବାପା, ଆଜି ମୁଁ ପଚାରେ ନିଜକୁ

ମୁଁ କଣ ତୁମର ସୁଯୋଗ୍ୟ ପୁଅ

ଜୀବନେ ତ ମୋ ପାଇଁ ପାଇ ନାହଁ କିଛି

ପାଇଛ ଖାଲି ମୁଠେ ଲାଞ୍ଛନା ଆଉ ଆଞ୍ଜୁଳାଏ ଲୁହ


ଜାଣି ନାହଁ କାଲି କି ଆଉ କେବେ

ପାରିବି କି କରି ପୂରଣ ତୁମ ଇଚ୍ଛା

କିଛି ନ ହୁଏ ଏ ଜୀବନେ କିଛି

ହୋଇପାରିବି କି ତୁମ କାନ୍ଧ ଗାମୁଛା


ଅନ୍ତତଃ ଖରାଦିନେ ଥାକିଯାଇଥିଲେ

ପୋଛି ଦେଇଥାନ୍ତି ତୁମ ଝାଳ

କେବେ ଅବା ଦେଇପାରିଥାନ୍ତି

ତୁମ ଥକା ମଥା ପାଇଁ ମୋ କୋଳ


ପ୍ରଭୁ ଙ୍କ ଥାଉ ସଦା ମୋ ପାଇଁ ଏତେ କୃପା

ଜନ୍ମ ଜନ୍ମ ପାଇଁ ମୁଁ ହୁଏ ପୁଅ, ତୁମେ ହୁଅ ମୋ ବାପା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract