STORYMIRROR

RAJENDRA DASH

Romance

3  

RAJENDRA DASH

Romance

ମୁଁ କିଏ ତୁମର

ମୁଁ କିଏ ତୁମର

1 min
335

ମୁଁ କିଏ ତୁମର, ମୋ ପାଇଁ କାହିଁ ତୁମ ହୃଦୟ ଅଧୀର

ମୋ ମଳିନ ଚେହେରା ରେ ହସ ଆଣିବାକୁ କାହିଁ ତୁମେ ଆତୁର ।।



ମୁଁ କିଏ ତୁମର, କାହିଁ ଈର୍ଷାଳୁ ହୋଇ ଉଠେ ତୁମ ସେ ଦୁଇ ଆଖି,

ଯେବେ ଅନ୍ତରଙ୍ଗ ହେବାକୁ ଚେଷ୍ଟିତ ହୋଇ ଉଠନ୍ତି ମୋ ସଖୀ ।।


ମୁଁ କିଏ ତୁମର, କାହିଁ ଆଖିରେ କଜ୍ଜ୍ଜଳ, ମଥା ରେ ଦେଇ କଳା ଟିକିଲି,

ପ୍ରସାଧନ ହେଇ ପଚାର, କୁହ ନା ମୁଁ ସୁନ୍ଦର୍ ଦିଶୁଛି ନା ନାଇଁ ବୋଲି ।।


ମୁଁ କିଏ ତୁମର, କାହିଁ ଚୁମି ଦେଇ କୁହ,"ମୋତେ ଚୁମ୍ବନ ଭଲ ଲାଗେନା,"

ଅଜଣା ଉଦ୍ ବେଳନ ରେ ଉଦ୍ ବେଳିତ ହୋଇ ବି ତୁମକୁ ଉଦ୍ ବେଳନ ଭଲ ଲାଗେନା ।।



ମୁଁ କିଏ ତୁମର, କାହିଁ ତୁମ ଖାଦ୍ୟ ରେ ସଦା ଭାଗ ବସାଏ ମୋ ଉଦର,

କାହିଁ ସେ ଉଦର କୁ ହସେଇବାକୁ ତୁମେ ହୋଇ ଉଠ କର୍ମତତ୍ପର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance