STORYMIRROR

Dr Baman Chandra Dixit

Romance

3  

Dr Baman Chandra Dixit

Romance

ତୋ ହସ ମୋ ଆଶା

ତୋ ହସ ମୋ ଆଶା

1 min
143


 ତୋ ହସ ନେସି ହୋଇ ଗଲା ଲୋ

   ମୋ ମନ ଚହଲେଇ ଦେଲା

ପାଖେଇ ବସିଲୁ     ରସେଇ ହସିଲୁ

   ରୂପ ତୋ କିମିଆଁ କଲା ଲୋ

     ମନ ଚହଲେଇ ଦେଲା।।


  ହାଲୁକା ପଶିଲା ହିଆ ରେ ମୋର

  ଶୀତେଇ ଉଠିଲା ସାରା ଶରୀର

ଅଜଣା କୁହୁକ      ଜଗାଇ ପୁଲକ

   ଛାତି ଦୁଲୁକେଇ ଦେଲା ଲୋ

     ମନ ଚହଲେଇ ଦେଲା।।


  ଯଉବନ ସୁଅ ଲହଡି ଭାଙ୍ଗେ

  କାମନା ଜୁଆର ଭରିଛୁ ଅଙ୍ଗେ

ପୀରତି ର ରଙ୍ଗ     ଖେଳେଇ ତରଙ୍ଗ

    ଅନଙ୍ଗ ନିଆଁ ଜାଳିଲା ଲୋ

     ମନ ଚହଲେଇ ଦେଲା।।


   କଥାରେ କଥାରେ ଜିଗର ଜୀଣୁ

   ହସରେ ହସରେ ମରମ କିଣୁ

ଗୋଲାପୀ ଅଧର      କରୁଛି ଅଧିର

    ମନେ କାମନା ଜାଗିଲା ଲୋ

     ମନ ଚହଲେଇ ଦେଲା।।


   ଯଉବନ ତୋର ନିଆଁ ଲୋ ଗୋରୀ

    ଜଳାଉଛୁ ମୋତେ କିଆଁ ସୁନ୍ଦରୀ

ମୋ ପିଆଶି ଓଠରେ    ପୀୟୂଷ ର ଆଶା

     ପିପାଷା ନିସା ଲାଗିଲା ଲୋ

      ମନ ଚହଲେଇ ଦେଲା।।


     ଆଦି ମାନବର ଗୁପ୍ତ କାମନା

     ଆଦିମ କାଳର ଶୁପ୍ତ ବାସନା

ଚଖେଇ ଦେବି କି      ଛୁଇଁ ତୋ ଅଧର

    ତୋ ରୂପ ମୋ ଚିତ୍ତ ଦହିଲା ଲୋ

       ମନ ଚହଲେଇ ଦେଲା।    


Rate this content
Log in

Similar oriya poem from Romance