ତୋ ବାଟ ରହିଛି ଚାହିଁ
ତୋ ବାଟ ରହିଛି ଚାହିଁ
ଆଖି ବୁଜି ତୋତେ ଵିଶ୍ଵାସ କଲି
କାହିଁକି ନା ପ୍ରେମ ଅନ୍ଧ
ବୋଲି ଜାଣିଥିଲି
ସେଥିପାଇଁ ପାଇଁ ବୋଧେ
ବୁଝିବା ଆଗରୁ
ପ୍ରତାରଣା ଦେଇ
ତୁ ହଜିଗଲୁ
ପ୍ରତାରଣା ତୋର
ପ୍ରେମ ଠୁ ବି ମିଠା
ଏବେ ମୁଁ ବୁଝୁଛି ସିନା
ନ ହେଲେ କେମିତି ଜାଣିଥାନ୍ତି କହ
ପ୍ରେମ ପ୍ରତାରଣା କଥା
ଭାବିବାକୁ କାହିଁ ସମୟ ତୁ ଦେଲୁ
ନିମିଷକେ ଦେଲୁ ସାରି
ମୋ ଦେଇଥିବା ହାତ ଲେଖା ଚିଠି
ମୋ ମୁହଁ ରେ ଦେଲୁ ଚିରି
ଚିରି ଦେଲୁ ବୋଲି ମୋ ପ୍ରଥମ ସନ୍ତକ
ମନ ମୋର ଦୁଃଖ ନାହିଁ
ତୁ କାହିଁ ଵୁଝିବୁ ମରମ ବେଦନା
ତୁ ତ ବେଦନା ଜାଣିଛୁ ଦେଇ
ବେଦନା ର କଷ୍ଟ ସେଵେ ତୁ ବୁଝିବୁ
ଯେବେ ପ୍ରତାରଣା ନିଜେ ଭୋଗିବୁ
ଆଉ କାହା ହୃଦୟ ଭାଙ୍ଗି ଦେଇ ତୁ
ଭାଵିଛୁ କି ସୁଖେ ରହିବୁ
ତଥାପି ତୋତେ ମୁଁ ଦେବି ନାହିଁ
ମୋ ମନରୁ କେବେ ପୋଛି
ତୋ ବାଟ ଚାହିଁ ମୁଁ ବସିଛି ଏଇଠି
ତୁ ଆସିପାରୁ କେବେ ଲେଉଟି