STORYMIRROR

Sunita Barik

Tragedy

4  

Sunita Barik

Tragedy

ତୋ ବାଟ ରହିଛି ଚାହିଁ

ତୋ ବାଟ ରହିଛି ଚାହିଁ

1 min
392


ଆଖି ବୁଜି ତୋତେ ଵିଶ୍ଵାସ କଲି

କାହିଁକି ନା ପ୍ରେମ ଅନ୍ଧ 

ବୋଲି ଜାଣିଥିଲି

ସେଥିପାଇଁ ପାଇଁ ବୋଧେ 

ବୁଝିବା ଆଗରୁ

ପ୍ରତାରଣା ଦେଇ 

ତୁ ହଜିଗଲୁ

ପ୍ରତାରଣା ତୋର 

ପ୍ରେମ ଠୁ ବି ମିଠା

ଏବେ ମୁଁ ବୁଝୁଛି ସିନା

ନ ହେଲେ କେମିତି ଜାଣିଥାନ୍ତି କହ

ପ୍ରେମ ପ୍ରତାରଣା କଥା

ଭାବିବାକୁ କାହିଁ ସମୟ ତୁ ଦେଲୁ

ନିମିଷକେ ଦେଲୁ ସାରି

ମୋ ଦେଇଥିବା ହାତ ଲେଖା ଚିଠି

ମୋ ମୁହଁ ରେ ଦେଲୁ ଚିରି

ଚିରି ଦେଲୁ ବୋଲି ମୋ ପ୍ରଥମ ସନ୍ତକ

ମନ ମୋର ଦୁଃଖ ନାହିଁ

ତୁ କାହିଁ ଵୁଝିବୁ ମରମ ବେଦନା

ତୁ ତ ବେଦନା ଜାଣିଛୁ ଦେଇ

ବେଦନା ର କଷ୍ଟ ସେଵେ ତୁ ବୁଝିବୁ

ଯେବେ ପ୍ରତାରଣା ନିଜେ ଭୋଗିବୁ

ଆଉ କାହା ହୃଦୟ ଭାଙ୍ଗି ଦେଇ ତୁ 

ଭାଵିଛୁ କି ସୁଖେ ରହିବୁ

ତଥାପି ତୋତେ ମୁଁ ଦେବି ନାହିଁ 

ମୋ ମନରୁ କେବେ ପୋଛି

ତୋ ବାଟ ଚାହିଁ ମୁଁ ବସିଛି ଏଇଠି

ତୁ ଆସିପାରୁ କେବେ ଲେଉଟି


Rate this content
Log in

Similar oriya poem from Tragedy