ତମେ ଗଲା ପରେ ..
ତମେ ଗଲା ପରେ ..
ତମେ ଗଲା ପରେ ମନ ଆକାଶରେ
ଉଁଇବନି ନିଶାପତି
ଅନ୍ତର ବେଦନା କୋହର ଭାବନା
କେମିତି କଟିବ ନିତି।୧।
ନୟନ ଯୁଗଳ ଅଶ୍ରୁ ଢଳ ଢଳ
ବିରସ ବଦନ ତନୁ
ପ୍ରତି ରୋଧ ଶକ୍ତି ପ୍ରେମ ଭାବ ଭକ୍ତି
ମଉଳି ଯାଇନି ମନୁ ।୨।
ଅମଡ଼ା ବାଟର ସାଥେ କଲି ଘର
ପାଦପ ଦୟା ପଥିକ
କେମିତି ମୂର୍ଚ୍ଛିବି ଅତୀତ ର ଛବି
ପୋଛି ମନରୁ ସନ୍ତକ।୩।
ଆସିବନି ଆଉ ବେଳ ଯାଉ ଯାଉ
ଶୁଶିତଳ ପ୍ରେମ କର
କେମିତି କଟିବ ଏ ଜୀବନ ଯିବ
କରି ଚାଲି ଗଲ ପର ।୪।
ତମେ ଗଲା ପରେ ମନ ଆକାଶରେ
ଉଇଁ ବନି ନିଶା ପତି
ଅନ୍ତର ବେଦନା କୋହର ଭାବନା
କେମିତି ସହିବି ନିତି ।୫।
...... ××× ........

