ସୁନା ଧନ
ସୁନା ଧନ
ମୋ ଧନ ମୋ ଧନ କିଏ କହି ଡାକେ
କିଏ କହେ ସୁନା ଧନ
କେଉ ନାମ ଧରି ଡ଼ାକିଲେ ତୁମକୁ
ବୁଝିବ ଅବୁଝା ମନ ।।
ଯେତେ ଦେଖୁଥିଲେ ନୂଆ ଦିଶୁଥାଏ
ମନ ଲୋଭା ତମ ବେଶ
ଏ ସାରା ଜୀବନ ଚାହିଁ ରହିଯିବି
ହୋଇ ତୁମ ରୂପ ବଶ ।।
ଖରା ବର୍ଷା ଝାଞ୍ଜି ଶୀତ କି କାକର
ତମ ଆଗେ ସବୁ ଫିକା
ତମେଦେଲେ ଦେଖା ଅଦିନେ ଫଗୁଣ
ରଙ୍ଗ ବୁଣି ଦିଏ ଏକା।।
ମୋ ଧନ ମୋ ଧନ କିଏକହି ଡାକେ
କିଏ କହେ ସୁନା ଧନ
ପାଷାଣ ହେଲକି ମୋକଥା ନଶୁଣ
କେମିତି ଜିଣିବି ମନ।।
କହିବାକୁ ପାଖେ ଭାଷା ନାହିଁ ମୋର
ଶବ୍ଦ କୋଷର ଅଭାବ
ନୂଆ ଲେଖା ହେବ ପ୍ରେମ କବିତାରେ
ପ୍ରେମ ଶବ୍ଦ ର ଉଦ୍ଭବ।।
ପ୍ରେମ ରେ ନଥାଏ ଏକ ନିର୍ଦିଷ୍ଟ ତା
ଅନ୍ତରୁ ଯାହା ଆସଇ
ସେଇ ନାମ ଧରି ଡ଼ାକିଲେ ତୁମକୁ
ସ୍ନେହ ପ୍ରେମ ତ ବଢଇ।।
ମୋ ଧନ ମୋଧନ କିଏ କହି ଡାକେ
କିଏ କହେ ସୁନା ଧନ
କେଉଁ ନାମ ଧରି ଡ଼ାକିଲେ ତୁମକୁ
ଖୁସି ହେବ ଟିକେ ମନ ।।
....... ××× .......

