ଅନାଥ
ଅନାଥ
ଜନମ ଦେଇନି କରମ ଦେଇନି
ଦେଇଛି ଟିକିଏ ପ୍ରେମ
କୋଳେଇ ନେଇଛି ନିଜର କରିଛି
କହି କେ ପାରିବ ନାମ ? ।।
ଆଖିର ଲୁହ କୁ ଓଠରେ ପିଉଛି
ଛାତିକୁ ପଥର କରି
ରାଧା ପରି ତାକୁ ଅନ୍ତରେ ରଖିଛି
ନୁହଇ ତାର ବଇରି ।।
ସଂସାର ପଥରେ ଚଲାଏ ବାଟରେ
ପଣତ କାନିକୁ ଧରି
ପୂର୍ଣ୍ଣ ହୋଇଗଲା ନିଃସନ୍ତାନ କୋଳ
ନିୟତି ଥିଲା ବିଚାରି ।।
ଅନ୍ୟର ଦୋଷକୁ ସମାଜ ବକ୍ଷକୁ
କିଏ ଫିଙ୍ଗି ଗଲା ଚାଲି
ନିଷ୍ଟୁର୍ ହୃଦୟ ସମାଜର ଭୟ
ମମତା ର କୋଳ ଖାଲି ।।
ପର କୁ ଆପଣ ପାଠ ତାକୁ ଜଣା
ବଚନ ଅମୃତ ଧାର
ଅନାଥ ଶିଶୁକୁ କରେ ଆପଣାର
ମହାନ ହୃଦୟ ତାର ।।
ପରିଚୟ ଦିଏ ଦୁନିଆ ଆଖିରେ
କିଏ ହେବ ତାର ସରି
ଉଜ୍ଜ୍ବଳ ଭବିସ୍ୟ କାମନା କରଇ
ବାତ୍ସଲ୍ୟ ମମତା ଧରି ।।
ଜନମ ଦେଇନି କରମ ଦେଇନି
ଦେଇଛି ଟିକିଏ ପ୍ରେମ
କୋଳେଇ ନେଇଛି ନିଜର କରିଛି
କହି କେ ପାରିବ ନାମ ? ।।
......... ××× .........
