କା ପାଇଁ କିଏ ?
କା ପାଇଁ କିଏ ?
କା ପାଇଁ କି କିଏ ଗଢି ଅଛି ସିଏ
ତାବିନା ହଲେନା ପତ୍ର
ତୋ ଘର କୋଉଠି ମୋଘର କୋଉଠି
କେମିତି ହେଲେ ଏକତ୍ର ? ।।
ଯା ହାଣ୍ଡିରେ ଯିଏ ଚାଉଳ କୁ ଥୁଏ
ଜନ୍ମରୁ ବିଦ୍ଧି ନିଦିଷ୍ଟ
ସଂସାର ନିୟମ ନ ହୁଏ କାୟମ
ଯାପାଇଁ ଯିଏ ଉଦ୍ଦିଷ୍ଟ ।।
ଜନମ ମରଣ ବିଧାତା ଶରଣ
ମିଛେ ଖାଲିହେଇ ବାଇ
କେତେବେଳେ କାହା ସାଥେ ଦେଖାଚାହାଁ
କହି କରି ନହୁଅଇ ।।
ଲୁହାକୁ ଚୁମ୍ବକ ତା ଠାରୁ ଅଧିକ
ମନକୁ ମନ ଟାଣଇ
ପଳାଶ ସୁମନ ସୁଗନ୍ଧ ସମାନ
ଚମ୍ପା ମଲି ନ ବାସଇ।।
ଅନ୍ତର ର ଚକ୍ଷୁ ତାପାଖରେ ଭିକ୍ଷୁ
ପାର୍ଥିବ ସମ୍ପତି ଛାଡ଼ି
ପଞ୍ଜୁରୀ ଭିତରୁ ସାରି ଯିବ ଉଡ଼ି
ଛିଡାଇ ସଂସାର ବେଡ଼ି।।
କୁଳ ଛାଡ଼ି କୁଳେ ବିଧାତାର ବଳେ
ମନ ସିନ୍ଧୁତିରେ ଉଭା
କେ କହେ କୁଳ କୁ ବୁଡ଼ାଇ ଭେଳାକୁ
ଦେଲା ଅପବାଦ ସଭା।।
ଯଶ କୀର୍ତ୍ତି ମାନ ସବୁ ତାର ଦାନ
କରି କରାଉଛି ସିଏ
କା ପାଇଁ କି କିଏ ଗଢି ଅଛି ସିଏ
ସମୟ ରେ ଫଳ ଦିଏ ।।
....... 🎋🎋 .......

