ପ୍ରିୟା/ପ୍ରିୟ ତମା
ପ୍ରିୟା/ପ୍ରିୟ ତମା
କିଏ କହେ ପାପ କିଏ କହେ ପୁଣ୍ୟ
କିଏ କହେ ପ୍ରତାରଣା
କେ, ପାଏ ଆନନ୍ଦ କେ , ନିରାନନ୍ଦ
କିଏ ହୁଏ ବାଟ ବଣା ? ।୧।
ସ୍ଵର୍ଗର ଆନନ୍ଦ ପ୍ରାପ୍ତ ମକରନ୍ଦ
ଆନନ୍ଦ ଉଲ୍ଲାସ ଚିତ୍ତ
ମାୟାର ଜାଲରେ ପଡିଗଲେ ଥରେ
ଘୋଟୋଇ ମହା ବିତ୍ପାତ ।୨।
ପ୍ରିୟା, ପ୍ରିୟତମା ଦୁହେଁ ରାଜ ଜେମା
ଜଣେ ଜଣଙ୍କଠୁ ଉଣା
ନିଜକୁ ପଚାର ଦେବ ସେ ଉତ୍ତର
ସବୁଜାଣି କି ଅଜଣା ।୩।
ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱର
ପରଷ୍ପର ପରି ପୁରକ
ଜଣକୁ ଛାଡ଼ିଲେ ଅନ୍ୟ ଜଣଙ୍କର
ନଥାଏ ଟି କିଛି ଭେକ ।୪।
କିଏ କହେ ପ୍ରିୟା ପାରିଜାତ ଫୁଲ
ସରଗ ରାଇଜ ପରି
ଜହ୍ନ ରେ ତାଛବି ମେଘରେ ତା ଛବି
ଆଙ୍କି ଦିଏ ତୂଳୀ ଧରି ।୫।
ପ୍ରିୟତମା କଥା ନକହିବା କଥା
ଟିକେ ଛାଇ ଟିକେ ଖରା
ଶୀତ ସକାଳ ର ପହିଲି କିରଣ
କାକର ର ମୋତି ଝରା ।୬।
କାହାକୁ ବାଛିବ କାହାକୁ ଛାଡ଼ିବ
କରି ପ୍ରେମ ପୁଞ୍ଜି ଜମା
କା ନାମ ତୁମର ଅତି ଆପଣାର
ପ୍ରିୟା , ନା, ପ୍ରିୟତମା ? ।୭।
....... ××× .......
( ବି. ଦ୍ର. - ପ୍ରିୟା - ପୁ ଲିଙ୍ଗ/ ସ୍ତ୍ରୀ ଲିଙ୍ଗ
ପ୍ରିୟ ତମା - ପୁଲିଙ୍ଗ/ସ୍ତ୍ରୀ ଲିଙ୍ଗ )
କାହାକୁ ପସନ୍ଦ କର ?
( କ ) ପ୍ରିୟା ।
( ଖ ) ପ୍ରିୟତମା ।

