ଉତ୍କଳ ମଣି
ଉତ୍କଳ ମଣି
ବିଧିର ବିଧାନ ମାନ ଓ ସମ୍ମାନ
ଏ ସବୁ ବିଭୁର ଦାନ
କଷଟି ପଥରେ ବିଧାତା ଘଷେରେ
ଦେଇ ମଣିଷ ଜନମ ।୧।
ତୁଳସୀ ସମାନ ପ୍ରସ୍ପୁଟିତ ଜ୍ଞାନ
ମାତୃ ସ୍ନେହ ରୁ ବଞ୍ଚିତ
କଷଣ ସହିଛି ମଣିଷ ହେଇଛି
ପିଉସୀ ଦ୍ଵାରା ପାଳିତ ।୨।
ମାନବ ସେବାକୁ ବ୍ରତ କରିବାକୁ
ଗଢିଣ ସେବା ସମିତି
ଗାଁ ଗାଁ ବୁଲି ଜାଳୁ ଥିଲେ ଚୁଲି
ବିପନ୍ନ ର ହୋଇ ସାଥୀ ।୩।
ବିଦ୍ୟା ଅଧ୍ୟୟନ ସମାଜ ରେ ମନ
ଓଡ଼ିଆ ଭାଷା ପୁରୋଧା
ଓଡ୍ର ସମ୍ମିଳନୀ ଭାଷାର ଜନନୀ
ଇଂରେଜ ସାଜିଲା ବାଧା।୪।
ଓଡ଼ିଆ ଭାଷାକୁ ଗଢି ତୋଳିବାକୁ
ଗଢିଲେ ବକୁଳ ବନ
ଦେଶ ପ୍ରେମ ବାଣୀ ଲୋକ ମନେ ବୁଣି
କିଣିଲେ ସଭିଙ୍କ ମନ ।୫।
ଗାନ୍ଧୀ ଙ୍କ ଅହିଂସା ସ୍ଵାଧୀନ ର ଦିଶା
ମନେ ବାନ୍ଧି ଥିଲା ବସା
ମୁକ୍ତି ସଂଗ୍ରାମ ର ସେ ବୀର ସିପାହୀ
ରଖି ସ୍ଵାଧୀନ ର ଆଶା ।୬।
" ସମାଜ "ପ୍ରତିଷ୍ଠା ନିରନ୍ତର ଚେଷ୍ଟା
ଅନ୍ୟାୟ କୁ ପ୍ରତି ରୋଧ
କୋଣ ଅନୁ କୋଣେ କରି ଜାଗରଣେ
ନେଇ ଥିଲେ ପ୍ରତିଶୋଧ ।୭।
ଦେଶ ପାଇଁ ଲଢି ପିନ୍ଧି ହାତ କଡ଼ି
କରିଲେ କାରା ବରଣ
" ବନ୍ଦିର ଆତ୍ମ କଥା " ଓ " କାରା କବିତା "
ଚଳାଇ ଲେଖନୀ ବାଣ ।୮।
" ମିଶୁ ମୋର ଦେହ ଏ ଦେଶ ମାଟିରେ ,
ଦେଶ ବାସୀ ଚାଲି ଯାଆନ୍ତୁ ପିଠିରେ ।
ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଡ଼ ,
ପୁରୁ ତହିଁ ପଡ଼ି ମୋର ମାଂସ ହାଡ " ।
ଶାଣିତ ଅକ୍ଷର କବିତାର ତୀର
ଦେଶ ଦ୍ରୋହି ଭୟ ଭିତ
ନା ଗୋଳ। ବାରୁଦ ହାତ ହତି ଆର
ପାରିଲାନି ପ୍ରତିହତ ।୯।
ନିଜ ଜୀବନ କୁ ସମାଜ ସେବାରେ
ସମର୍ପିତ କରି ଦେଇ
ବିଜ୍ଞାନୀ ଆଚାର୍ଯ୍ୟ ସମ୍ବୋଧିତ କଲେ
" ଉତ୍କଳ ମଣି" ରେ ତୁହି
" ଉତ୍କଳ ମଣି "ରେ ତୁହି ।୧୦।
..............🙏🙏🙏...............
