ତୁମ ଦାନ
ତୁମ ଦାନ
ସବୁତୁମ ଦାନ ଦୁଃଖ ନାହିଁ ମନ
ତୁମେତ ମଙ୍ଗଳ କାରି
ଟିକେ ଛାଇଖରା ସୁଖଦୁଃଖ ଭରା
ତୋହାତେ ଜୀବନ ଡୋରି।।
ଏ ଧରଣୀ ପୃଷ୍ଟ ସବୁଠୁ ଉତ୍କୃଷ୍ଟ
ନବଗ୍ରହ ମଧ୍ୟେ ଶ୍ରେଷ୍ଠ
ଜୀବନ ଧାରଣ ସୁସ୍ଥ ବାତାବରଣ
ଉତ୍ତମ ତାହାର ପୃଷ୍ଟ ।।
ସୂର୍ଯ୍ୟ ଚନ୍ଦ୍ର ତାରା ପ୍ରଦାନନ୍ତି ଖରା
ତୋ ଆଦେଶେ ଆତ ଯାତ
ବରୁଣ ଅନଳ ସପ୍ତ ସିନ୍ଧୁ ଜଳ
ତୋ ଦେହୁ ସଭିଙ୍କ ଜାତ ।।
ସଭିଙ୍କ ଘଟରେ ସ୍ଥୂଳ ତା ଭାବରେ
ସଦା ସର୍ବଦାତୁ ଥାଉ
ଖମ୍ବର ଭିତରୁ ଭକ୍ତ କୁ ଉଧରୁ
କେବେ କେଉଁ ରୂପ ନେଉ ।।
ଭକ୍ତି ର ଭାବରେ ଡାକିଲେ ଚିତରେ
କଷଣ ତୁରିତ ହରୁ
ପାଷାଣ ଉଦ୍ଧରି କୁବୁଜା ସୁନ୍ଦରୀ
ଲୀଳା ଖେଳା କେତେ କରୁ ।।
ସବୁ ତୁମ ଦାନ ଦୁଃଖ ନାହିଁ ମନ
ତୁମେ ତ ମଙ୍ଗଳ କାରି
ଟିକେ ଛାଇ ଖରା ସୁଖ ଦୁଃଖ ଭରା
ତୋ ହାତେ ଜୀବନ ଡୋରି ।।
......... 🙏🏼.........
