ଭାଙ୍ଗିଗଲା
ଭାଙ୍ଗିଗଲା
ସରି ସରି ଆସେ ପ୍ରେମର ସଳିତା
ଅନ୍ଧାର ଆସଇ ମାଡ଼ି
ତମେ ଛାଡିଗଲେ ମୋ ପ୍ରେମ ଦୁନିଆ
ଅଧାରେ ଯିବ ଭୁଷୁଡି ।।
କାହାକୁ ଡାକିବି ସୁନା ଧନ ବୋଲି
କା ପାଖେ କରିବି ଅଳୀ
କା ସାଥେ ଗପିବି ନୀତି ସଞ୍ଜ ବେଳେ
ପ୍ରେମର ସଳିତା ଜାଳି ।।
ବଞ୍ଚିକି ମାରିବା ସମାନ ତ ହେବି
ତମେ ମୋର ପ୍ରାଣ ବିନ୍ଦୁ
ତମେ ଚାଲି ଗଲେ ଏଇ ଶରୀର ଟା
ହାରି ଯିବ ମୋର ବନ୍ଧୁ ।।
ମା (ବାପା)ପରୀ ତମେ ସେନେହ ଦେଇଛ
ନେଇଛ ଯତନ ମୋର
ବନ୍ଧୁ ପରି ସାଥେ ଛିଡ଼ା ହୋଇଅଛ
ବିପଦ ଅପଦେ ମୋର ।।
ପ୍ରେମିକା(ପ୍ରେମିକ)ହୋଇକି ଖୁସି ଭରି ଦେଲ
ଆଶା ଠୁ ଅଧିକ ଦେଇ
ସବୁ ଦେଇ ତମେ ଛାଡି ଚାଲି ଗଲେ
କେମିତି ବଞ୍ଚିବି ମୁହିଁ ।।
ଶୀତ ଖରା ତାତି ବିତାଇଛି ରାତି
ତୋ କୋଳରେ ମୁଣ୍ଡ ରଖି
ଦୁଇ ପ୍ରାଣ ଏଠି ଏକ ହୋଇ ଅଛି
ଜାଗାକୁ ରଖିକି ସାକ୍ଷୀ ।।
ପିଣ୍ଡ ରହି ଯିବ ପ୍ରାଣ ଚାଲି ଯିବ
ମାଟିରେ ମିଶିବ ଘଟ
ତମେ ପ୍ରାଣ ପକ୍ଷୀ ଛାଡି ଗଲେ ସଖୀ
କେମିତି ଚାଲିବି ବାଟ ? ।।
ସରି ସରି ଆସେ ପ୍ରେମର ସଳିତା
ଅନ୍ଧାର ଆସଇ ମାଡି
ତମେ ଛଡି ଗଲେ ମୋ ପ୍ରେମ ଦୁନିଆ
ଅଧାରେ ଯିବ ଭୁଶୁଡ଼ି ।।
....... ××× .......

