ଆମ ତହସିଲ
ଆମ ତହସିଲ
ଆମ କର୍ମ କ୍ଷେତ୍ର ସବୁଠୁ ପବିତ୍ର
ତହସିଲ କାର୍ଯ୍ୟାଳୟ
ମିଳିମିଶି କାମ ହୁଏ ଏଠି ଆମ
ନଥାଏ କହାର ଭୟ ।୧।
ପଦ ପଦବୀକୁ ପକାଇ ପଛକୁ
ସମ୍ପର୍କ ଡୋରୀରେ ବନ୍ଧା
ସ୍ନେହ ଓ ଶ୍ରଦ୍ଧାରେ ନିବିଡ ଭାବରେ
ସଭିଙ୍କର ମନ ଛନ୍ଦା ।୨।
ଜନତା ଙ୍କ କାମ ସଭିଙ୍କ ର ଧର୍ମ
ସୁଚାରୁ ରୂପେ ହୁଅଇ
ମଧୁର ବଚନ କହି ପ୍ରତି ଦିନ
ସମ୍ପର୍କ ମାନ ବଢ଼ଇ ।୩।
ନଥାଏ ପ୍ରଭେଦ ନାରୀ କି ପୁରୁଷ
ସଭିଏ ଭାଇ ଭଉଣୀ
ଗୋଟେ ଛାତ ତଳେ ମିଳି ମିଶି ଚଳେ
ଖାଉଛେ ଏକାଠି ପୁଣି।୪।
ଓଲାଶୁଣି ଠାରେ ପ୍ରାଚୀନ ଗୁମ୍ଫାରେ
ହୋଇଥିଲା ଆମ ଭୋଜି
ଷ୍ଟାର୍ଟର ରେ ଆମ ଚିକେନ ପକୋଡା
ସୁଇଟି କର୍ଣ୍ଣ ର ଭାଜି ।୫।
ପନିର ପକୋଡ଼ା ମାଛ ଫ୍ରାଏ ଲୋଡା
ଅଣ୍ଡା ଚପ ଗଣ୍ଡା ଗଣ୍ଡା
ଆନନ୍ଦ ମନରେ ଖାଆନ୍ତି ଖୁସିରେ
କାଳେ ହେଇଯିବ ଥଣ୍ଡା ।୬।
ପ୍ରକୃତିର ଶୋଭା ଭାରି ମନ ଲୋଭା
ସବୁଜ ଗହନ ବନ
ଶୀତଳ ପବନ ହରିନିଏ ମନ
କୋଳା ହଳ ପୂର୍ଣ୍ଣ ସ୍ଥାନ।୭।
କିଏ ସେଲ୍ଫି ନିଏ କିଏ ଗୀତ ଗାଏ
କେ ଖେଳେ କ୍ରିକେଟ ପୁଣି
ଆନନ୍ଦ ମନରେ ବୁଲନ୍ତି ସାଥି ରେ
କିଏ ମାଗେ ଦିଅ ପାଣି।୮।
କଦଳି ପତ୍ରରେ ଭୋଜନ ପଙ୍କ୍ତି ରେ
ରାଇସି ସାଥିରେ ଡାଲି
ମଟନ, ଚିଙ୍ଗୁଡ଼ି ଛତୁ ଓ ପନିରି
ଖଟା ଟା ରଖିଲା ଖାଲି ।୯।
ପାମ୍ପଡ, ସାଲଟ ବହୁତ ସ୍ଵାଦିଷ୍ଟ
ଚିଲି କୋବି ତରକାରି
ମନ ଭରି ଖାଇ କିଏ ମାରେ ହାଇ
ଆଇସିକ୍ରିମ କୁ ଧରି ।୧୦।
ଭଲରେ ଭଲରେ ଖୁସି ଆନନ୍ଧରେ
ଭୋଜି ଭାତ ସରିଗଲା
ଝଡ଼ିବା ପାଇଁକି ନାଚ ଗୀତ ହେଲା
କିଏ ଦେଖି ଖସି ଗଲା ।୧୧।
ଆମ କର୍ମ କ୍ଷେତ୍ର ସବୁଠୁ ପବିତ୍ର
ତହସିଲ କାର୍ଯ୍ୟାଳୟ
ମିଳି ମିଶି କାମ ହୁଏ ଏଠି ଆମ
ନଥାଏ କାହାର ଭୟ ।୧୨।
........ 🙏🏼........
