କିଛି କିଛି
କିଛି କିଛି
କେମିତି ଜାଣିଲ କୋଉଠୁ ଜାଣିଲ
ହୃଦୟ ତଳର ର କଥା
କହିବା ଆଗରୁ ତମେ କହି ଦେଲ
ବଢି ଗଲା ମୁଣ୍ଡ ବଥା ! ।୧।
ଅଳପ ଲାଜେଇ ମୁହଁ କୁ ଲୁଚେଇ
କହୁ ଥିଲ ଧୀରେ ଧିରେ
ଭାବନାକୁ ମୋର କରିଦେଲ ପର
କହି ଦିପଦ କଥାରେ ।୨।
ହୃଦୟ ସାଥିରେ ନରହି ସେଥିରେ
କହି ଦେଲ ସେହି କଥା
ଆଖି ମୂଜି ଥରେ ନିର୍ଜନ ସ୍ଥାନରେ
ଶୁଣ ହୃଦୟର ବ୍ୟଥା।୩।
ସାଥିରେ ଖେଳିବା ସାଥିରେ ବୁଲିବା
ସବୁ ଗଲ ତମେ ଭୁଲି
ରାଗିଛେ ଋଷିଛେ ନିଜକୁ ବୁଝିଛେ
ହସ ତମେ ଖିଲି ଖିଲି ।୪।
ହୃଦୟ ସ୍ପନ୍ଦନ ବଢ଼େ ଦିନ ଦିନ
ପାଇବାର ଆଶା ନେଇ
ହଠାତ ଏମିତି କହିଲ କେମିତି
କଉ ଭରଷା କୁ ନେଇ !।୫।
ସମ୍ପର୍କ ଭିତରେ ଲୁଚିଛି ସତରେ
ଦୁଇଟି ହୃଦୟ କଥା
ଭୟର ଭିତରେ ସଙ୍କୋଚ ଚାପରେ
ସମାଜର ଜାତି ପ୍ରଥା ।୬।
ନାରୀ ଓ ପୁରୁଷ ସଭିଏ ହରଷ
ସମାଜ ର ଦୁଇ ଜାତି
ରକତ ସମାନ ନାହିଁ ଟିକେ ଭିନ୍ନ
ଭାବନାରେ କଟେ ରାତି ।୭।
ବାଲି ଖେଳ ଛାଡି ପିନ୍ଧ ତମେ ଶାଢ଼ୀ
ଲାଗଇ କାଲିକ ପରି
ଯଉବନ ଆସି କେବେ ଗଲା ପଶି
ସବୁ ଦେଇ ଗଲା ସାରି।୮।
କାହିଁ କି କେଜାଣି ଏମନ ଜାଣେନି
ତମ ପ୍ରତି କିଛି ଅଛି
ତମେ ଦେଲ ହସି ଭାରି ଲାଗେ ଖୁସି
ସମ୍ପର୍କ ତ ଆମ ଅଛି ।୯।
ସମ୍ପର୍କ ର ଘର ବାଲି କାନ୍ଥ ତାର
ଯୌବନ ଜୁଆର ମାଡ
ସବୁ ଭାଙ୍ଗି ଗଲା ନିଶ୍ଚିହ୍ନ ହୋଇଲା
ନମିଳଇ ତାର ମେଢ଼।୧୦।
କଉଠୁ ଜାଣିଲ କେମିତି ଜାଣିଲ
ହୃଦୟ ତଳର କଥା
କହିବା ଆଗରୁ ତମେ କହି ଦେଲ
ବଢି ଗଲା ମୁଣ୍ଡ ବଥା ।୧୧।
....... 🌹.......

