. ଏକା ଏକା .
. ଏକା ଏକା .
ତମେ ଅଛ ବୋଲି ଦିନ ତ ହେଉଛି
ନ ହେଲେ ହୁଅନ୍ତା ରାତି
ତମେ ଆସିଗଲେ ଜହ୍ନ ଚାଲି ଜାଏ
ଲାଜେଇ ମୁହଁକୁ ପୋତି ।୧।
ଏକା ଏକା ବସି ତମ କଥା ଭାବି
ନୀରବ ରାସ୍ତା କଡ଼ରେ
ପାଦରେ ଏଡେଇ ଚାଲିଗଲ ତମେ
ପଡି ଆଉ କା ପ୍ରେମରେ ।୧।
ଏଇ ହାତ ଧରି ଚାଲୁ ଥିଲ ବାଟ
ଆଜି ହେଇଗଲା ପର
ଅଧାବାଟେ ତମେ ଛାଡି ଚାଲି ଗଲ
କରି ଦେଇ ସାତ ପର ।୨।
ଆକାଶ କୁଚାହିଁ ବସି ଅଛି ରହି
ଠିକଣା ହଜେଇ ଦେଇ
ମୋ ନିଜକୁ ନିଜେ ଚିହ୍ନି ମୁ ପାରୁନି
ମନକୁ ହରେଇ ଦେଇ ।୩।
ତୁମ ପାଇଁ କେତେ ମନ୍ଦିର ଯାଇଛି
ଚ।ଙ୍ଗୁଡ଼ି ରେ ଫୁଲ ଧରି
ଶିବଙ୍କ ମଥାରେ ବେଲ ପତ୍ର ଦେଇ
ଶୁଭ କାମନା କୁ କରି ।୪।
ଭୁଲିଗଲ ସେହି ପୁରୁଣା ଦିନକୁ
ଯେବେ ହେଇ ଥିଲା ଦେଖା
ଭଲ ପାଅ ମୋତେ କହିବା ପାଇଁ କି
ଖୋଜୁ ଥିଲ ତମେ ଏକା ।୫।
ଭୁଲି ଖରା ବର୍ଷା ଶୀତ କି କାକର
ମୋ ପାଖକୁ ଚାଲି ଆଶ
ମନ ଖୋଲି ଟିକେ କଥା ହେବା ପାଇଁ
ମୋ ପାଖରେ ଆସି ବସ ।୬।
ପାଇ ନୁଆ ପ୍ରୀତି ଭୁଲି ଗଲ ସାଥି
ପାରିଲନି ଗୁଣ ଚିହ୍ନି
ଅଧା ବାଟ ତମେ ଛାଡି ଚାଲିଗଲ
ଜଳାଇ ଅନ୍ତରେ ବହ୍ନି।୭।
ଏକା ଏକା ବସି ତମ କଥା ଭାବି
ନୀରବ ରାସ୍ତା କଡ଼ରେ
ପାଦରେ ଏଡେଇ ଚାଲିଗଲ ତମେ
ପଡି ଆଉକା ପ୍ରେମରେ ।୮।
............×××.........

