ଜୋତା
ଜୋତା
ନାରୀ କୁ ସୁନ୍ଦର ଶଙ୍ଖା ଓ ସିନ୍ଦୁର
ପାଦକୁ ସୁନ୍ଦର ଜୋତା
ବୃକ୍ଷ ରୁ ପାଦୁକା ଚମଡା ରୁ ଜୋତା
କେବେ ଛିଡିଜାଏ ଫିତା ।୧।
ପାଦୁକା,ଚପଲ ଉପାହନ , ଜୋତା
ଅଟଇ ସବୁ ସମାନ
ପ୍ରକାର ଅନ୍ତରେ ବ୍ୟବହାର କରେ
ପ୍ରକୃତିକୁ ଦେଇ ଧ୍ୟାନ ।୨।
ପାଦର ଚପଲ ଅମୂଲ ତା ମୂଲ
କା ପାଇଁ କାଠ,ଚମଡା
ଭକ୍ତିର ଭାବରେ ଭରତ ହୃଦରେ
ହୀରାଠୁ ଅଧିକ ଲୋଡା ।୩।
ଶୀତ ବର୍ଷା ଖରା ଏ ଧରଣୀ ସାରା
ବନ୍ଧୁର କଠିନ ଧରା
ପଥିକ ପାଦରେ କ୍ଳେଶ ଦୂର କରେ
ସହି ରବିଙ୍କର ଖରା ।୪।
କଣ୍ଟା ଓ ପଥର କଷଣ ଅପାର
ଚରଣ ସୁରକ୍ଷା କରି
ଛିଣ୍ଡି ଗଲେ ତାକୁ ଫିଙ୍ଗି ଦିଅ ଦୂରେ
ଭୁଲି ଅତୀତ ର ଶିରି ।୫।
ସ୍ୱାର୍ଥ ପର ନର ନୁହେଁ ସେ କାହାର
ମଧୁର କଥା କୁହଇ
ସ୍ୱାର୍ଥ ସରିଗଲେ ସବୁ କଥା ଭୁଲେ
ଜୋତା ପରି ଫିଙ୍ଗିଦେଇ।୬।
ଜୋତା ପାଇଁ କୁତା ବିଚିତ୍ର ବିଧାତା
ଦୁଇ ପଟ ନେଲା ହରି
ଶ୍ରାପିତ ହୋଇଲା ଦୁନିଆ ହସିଲା
ଦୋଷ ରହିଲା କାହାରି ? ।୭।
ଜୋତା ପାଇଁ ନାଟ ଘଟିଲା ବିଭ୍ରାଟ
ବାଟ ଚାଲୁ ଥିବୁ ଦେଖି !
କଳିଯୁଗ ନାରୀ ହାତରେ ନମାରି
ଜୋତାରେ ଦିଅନ୍ତି ସେକି ।୮।
ମଧୁ ବାବୁ ଜୋତା ମୁଣ୍ଡେ ଥିଲେ ଛତା
ଖାତିରି ନ ଥାଏ କିଛି
କି ଖରା ବରଷା ହୁଏନି ହିନସ୍ତା
ପାଖେ ଜୋତା ଯାର ଅଛି ।୯।
ପିଲା ଠାରୁ ବୁଢ଼ା ସଭିଙ୍କର ଲୋଡା
ରଙ୍ଗ ବେରଙ୍ଗର ଜୋତା
ଶୀତ କାକରରେ ପାଦର ଉପରେ
ରହିଥାଏ ସେ ସର୍ବଦା ।୧୦।
ପାଦର ଚପଲ ଅମୂଲ ତା ମୂଲ
କା ପାଇଁ କାଠ,ଚମଡା
ଭକ୍ତିର ଭାବରେ ଭରତ ହୃଦରେ
ହିରାଠୁ ଅଧିକ ଲୋଡା ।୧୧।
...... ××× .......
