STORYMIRROR

SARATA KUMAR DAS

Romance Fantasy

4  

SARATA KUMAR DAS

Romance Fantasy

ତମେ ଆସିବ ବୋଲି

ତମେ ଆସିବ ବୋଲି

1 min
294


ମନେ ଅଛି ନା ପ୍ରୀତିରେଖା !

ସେଦିନ ବି ସନ୍ଧ୍ୟା ଆସୁଥିଲା ନଇଁ ନଇଁ 

ଫୁଙ୍ଗୁଳା ପାହାଡର ମଥାନକୁ ଛୁଇଁ ଛୁଇଁ 

ଖୁବ୍ ରୋମାଞ୍ଚକର ଥିଲା ଝାଉଁବଣ

ସୁଲୁ ସୁଲୁ ପବନରେ ଭିଜୁଥିଲେ ଆମେ

ବାଲିର ଚଟାଣରେ ତମେ ଲେଖୁଥଲ ନାଁ

ତୋଳୁଥିଲ ବାଲିଘର ଯେତେ,

ଭାଙ୍ଗୁଥିଲା ସେତେ ଢେଉର ଆଘାତରେ,

ଈର୍ଷା କରୁଥିଲା ନିଃସଙ୍ଗ ବେଳାଭୂଇଁ 

ଆଉ କରୁଥିଲା ଈର୍ଷା ନୀଳ ଉର୍ମିମାଳା 

ତମ ଓ ମୋ ମଧ୍ୟେ ସମ୍ପର୍କକୁ ଦେଖି ।


ସେଦିନ ବି ମଥା ପିଟି କାନ୍ଦୁଥିଲା ସମୁଦ୍ର  

ଧାଉଁଥିଲା ଅବିରତ ସରିତ ପଛରେ

ଯେମିତି ସେ ଆଗରୁ ଧାଉଁଥିଲା 

'ଭାର୍ଗବୀ' ପଛରେ

ଠିକ୍ ଯେମିତି ଧାଉଁଥିଲା 'ଚନ୍ଦ୍ରଭାଗା' ଦିନେ

ସୂର୍ଯ୍ୟ ଙ୍କୁ ପଛକରି ଲାଜ ଓ ଭୟରେ , 

ଆଉ ଚୁପି ଚୁପି ଛୁଉଁଥିଲା ବେଳାଭୂଇଁ ଓଠ 

ସବୁଜ ସ୍ବପ୍ନର ଲବଙ୍ଗଦ୍ବୀପରେ ,

ହସିଦେଇଥିଲ ତମେ ଫିକ୍ କରି

କହୁଥିଲ ଚୁପି ଚୁପି କାନେ ମୋର

" ଏଇ ଦେଖନା ! କେତେ ଅଝଟ ଏ ସମୁଦ୍ରଟା !

କେତେ ଚଗଲାମି ତା' ଚଗଲାପଣର ! 

ଆଉ ବିଚାରା ଏ ବେଳାଭୂଇଁ " ।


ମନେ ଅଛି ନା ତମର ?

ସେଦିନ ମୁଁ ବି ଖୁବ୍ ଥିଲି ପରିବ୍ୟାପ୍ତ 

ଉଲ୍ଲସିତ ଥିଲା ମୋ ମନ ଓ ହୃଦୟ

ଖୁବ୍ ଥିଲି ଭାବ ପ୍ରବଣ ,ପ୍ରସାରିତ

ଖୁବ୍ ଥିଲି ଅନ୍ୟମନସ୍କ ମଧ୍ୟ 

ଠିକ୍ ଅଝଟ ନୀଳ ସାଗର ଭଳି ,

ମାତ୍ର ତମେ ଥିଲ ଏକାନ୍ତ ଭାବେ ସୀମିତ 

ଅପରିବ୍ୟାପ୍ତ ,ଗୁମସୁମ୍,ସଙ୍କୁଚିତ 

ତଥାପି ଛଳଛଳ ଢଳଢଳ ଆଉ ବିଗଳିତ,

ବୋହି ଚାଲିଥିଲ ତମ ଏକଲାପଣକୁ

ତମ କଅଁଳ କାନ୍ଧରେ ଏକା ଏକା

ଆଉ ମୁଁ ଜଳୁଥିଲି ଅପ୍ରାପ୍ତିର ନିର୍ଜନଦ୍ବୀପରେ  

ସାଉଁଟିଥିଲି ସ୍ମୃତିର ଶାମୁକା,

ପୁଣି ଶାମୁକା ଗର୍ଭରୁ ମୁକ୍ତା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance