Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SARATA KUMAR DAS

Fantasy

3  

SARATA KUMAR DAS

Fantasy

ତମେ ଆସିବ ବୋଲି--୧୯

ତମେ ଆସିବ ବୋଲି--୧୯

1 min
306



ହେଇ ଦେଖନା !

ତମେ ଆସିବ ବୋଲି 

ମହମହ ବାସିଲାଣି

ଧରିତ୍ରୀର ସବୁଜ ବଳୟ

ହସିଲାଣି କିରିକିରି

ନୀଳ ନିର୍ବାଣରେ ଜୁଡୁବୁଡୁ

ସୁନୀଳ ଅମ୍ବର

ଖରା ଛାଇର ଆବର୍ତ୍ତ ମଧ୍ୟରେ ,

ମାଟିକୁ ଛୁଇଁଲାଣି

ନୀଳ ନୀଳ ସ୍ନିଗ୍ଧ ଅଭିସାର ,

ପକ୍ଷୀମାନେ ଉଡିଲେଣି 

ଏ ଡାଳୁ ସେ ଡାଳ 

ନୂଆ ନୂଆ ସ୍ବପ୍ନ

ନୂଆ ନୂଆ ସ୍ମୃତି

ଆଉ ନୂଆ ନୂଆ ପ୍ରୀତିରେ ବିଭୋର ।


ତମେ ବି ଦିନେ ଥିଲ ସ୍ବପ୍ନରେ ବିଭୋର

ମୁଗ୍ଧ ଅନୁରାଗରେ ସତତ ଅଧିର

ପାହାଡିକନ୍ୟାର ସଜଳ ତନୁରେ

ଝର ଝର ଝରୁଥିଲ

କଳ କଳ ବହୁଥିଲ

ଛଳ ଛଳ ଆଖି ପତା ତଳେ ତମ

ପ୍ରୀତିର ଲାବଣ୍ୟ ଅୟୁତ ଦିନର 

ଢଳ ଢଳ ସିକ୍ତ ଅଭିସାର ।


ଡେଣା ଝାଡି ଉଡୁଥିଲ ମୁକୁଳା ଆକାଶେ

ମୁକ୍ତ ବିହଙ୍ଗିଣୀଟିଏ ,

ଚଳ ଚଂଚଳ ଥିଲ ଖୁବ୍

ଗୁଣୁଗୁଣୁ ଗାଉଥିଲ ଗୀତ

ଚୁପି ଚୁପି ଚାଲୁଥିଲ

ଧରୁଥିଲ ପ୍ରଜାପତି କେତେ

ଫୁଲ ବଗିଚାରେ,

ହଳଦୀବସନ୍ତ ଚେହେରା ତମର

ଚିକିମିକି କରୁଥିଲା

ସକାଳର କଅଁଳ ଖରାରେ ।


ନିଗିଡି ପଡୁଥିଲା ନାନା ଜାତି ରଙ୍ଗ

ମୋ ହାତର ରିକ୍ତ ପାପୁଲିରେ

ନେସି ହୋଇ ଯାଉଥିଲା 

ମୋ ସକଳ ସତ୍ତାରେ

ତମାମ୍ ମୋ ଖିଆଲି ମନଟା ନାଚୁଥିଲା ଏକା

ତମ ନୀଳ ନୀଳ ସ୍ମୃତିର ନୀଳ ଅଗଣାରେ ,

ଠିକ୍ ମୁହଁ ସଂଜବେଳେ

ଦେଖୁଥିଲି ତମ ନୀଳଛାଇ

ପାଣିଚିଆ ଜହ୍ନ ଆଲୁଅରେ

ମୋ ଆଖିର ନୀଳ ଆଇନାରେ ।


ଯଦି ପାରିବ ତ ଦେଖିଯାଅ ଥରେ 

କେତେ ବ୍ୟବଧାନ ଆଜି

ଆକାଶ ଓ ପୃଥିବୀ ମଧ୍ୟରେ 

ସୂର୍ଯ୍ୟ ଆଉ ଚନ୍ଦ୍ରଙ୍କ ମଧ୍ୟରେ 

ପୁଣି ଗ୍ରୀଷ୍ମ ଓ ବସନ୍ତ ମଧ୍ୟରେ,

କେତେ ଲୁହ ଧାର 

ଲହଡି ଭାଙ୍ଗୁଛି

ଝରା ଶେଫାଳୀର ନୀରିହ ଆଖିରେ ।


ଦେଖାଯାଅ ଥରେ 

ଇନ୍ଦ୍ରଧନୁର ଅସରନ୍ତି କୋହ

ସାତରଙ୍ଗ ଲିଭିଗଲା ପରେ 

ନୀଡଟିର କେତେ ଯେ ଯାତନା

ପକ୍ଷୀଟିଏ ଉଡିଗଲା ପରେ  ।


ଆଉ ପାରିବ ଯଦି ତ ଦେଖିଯାଅ ଥରେ

ମୁଠା ମୁଠା ତମ ସ୍ମୃତିର ଢେଉରେ

ଭାସି ମୁଁ ଯାଉଛି ନୀଳ ପାରାବାରେ,

ରିକ୍ତ ହୃଦୟ ମୋ ତମକୁ ଖୋଜୁଛି 

ପ୍ରତିଟି ନିରୋଳା ମୁହୂର୍ତ୍ତେ ,

ମୋ ଖିଆଲି ମନଟା ଛନ୍ଦି ହୋଇ ଚିତ୍କାର କରୁଛି

ତମ ସ୍ନିଗ୍ଧ ସମ୍ପର୍କର କହୁକ ଜାଲରେ,

ଉବୁଟୁବୁ ହେଉଛି ମୋ କ୍ଳାନ୍ତ ଦେହ 

ଆଉ ରୋମାଞ୍ଚିତ ମନ

ତମ ସ୍ମୃତି ର 

ଥାକ ଥାକ ନୀଳ ବୈଭବରେ ।।


Rate this content
Log in

Similar oriya poem from Fantasy