STORYMIRROR

Chittaranjan Nanda

Romance

4  

Chittaranjan Nanda

Romance

ତମ ଆଗମନ ଅପେକ୍ଷାରେ

ତମ ଆଗମନ ଅପେକ୍ଷାରେ

1 min
403


ଝରି ପଡୁଥିଲା ବର୍ଷା

ଟୋପା ଟୋପା ହୋଇ ଶ୍ରାବଣରେ,

ସେଇ ଶୂନ୍ୟତା ଭିତରେ,

ଲୁହ ସବୁ ପିଇ ପିଇ ବିରହୀ ସାଜିଛିରେ,

ଆଖି ଖୋଲିଯାଏ ବାରମ୍ବାର 

ତୁମର ପାଦଶବ୍ଦରେ,

ସ୍ୱପ୍ନ ତ ବୁଝେନା 

ଆଶା ନିରାଶା ଭାବନାକୁ,

ଚମକି ଉଠି ଦେଖେ ତ ସବୁ ଶୂନ୍ୟ ।


କାହିଁକି କୁହ

ଭାବୁଛି କେବଳ ତୁମ ବିଷୟରେ,

କି ନିଶା ଲଗାଇଲ ମନରେ,

ବାନ୍ଧିଲ ମୋତେ ଜୀବନରେ,

ଯୌବନର ପ୍ରେମ ସୂତ୍ରଧାରେ ।


ଆଶା ଓ ବିଶ୍ୱାସରେ,

ତୁମ ପ୍ରତିଶ୍ରୁତିରେ,

ସ୍ବପ୍ନ ଉଙ୍କି ମାରିଲା ମନରେ,

ବୟସର ଶିଉଳି ପଥରେ,

ମନଟା ଚହଲି ଗଲାରେ,

ପାଦ ଖସାଇଲି ମୁହିଁରେ,

ଢାଳିଦେଲ ମନ ଅଗଣାରେ,

ମେଞ୍ଚାଏ ପ୍ରୀତିର ଅବିର,

ଫଗୁଣର ଫଗୁ ବୋଳିଲ ଦେହରେ,

ତୁମକୁ ଭଲପାଇ ବସିଲିରେ,

ଇନ୍ଦ୍ରଧନୁର ସାତ ରଙ୍ଗକୁ ଧରି,

ରଖିଲି ତୁମକୁ ହୁଦୟ ବେଦିରେ,

ମନର ମାନସରେ ।


ଦକ୍ଷିଣା ପବନରେ ବୁଲୁଥିଲେ ବସନ୍ତରେ,

ମାରୁଥିଲେ ପରା ମଜାରେ,

ମନେ ମନେ ଭାବନାରେ,

ଘର କରିବା ଜହ୍ନରେ,

ପ୍ରୀତିର ସାନିଧ୍ୟ ନିତି ଖୋଜୁଥାଏରେ,

ଧୋକା ଦେଲ କୁହ କାହିଁକିରେ ।


ଆଶା କରିଛି,

ତମ ଆଗମନ ଅପେକ୍ଷାରେ ରହିଛି,

ତମେ ଆସିବ,

ତମେ ନିଶ୍ଚୟ ଫେରି ଆସିବ,

ଅନାହତ ଭବିଷ୍ୟତ ଅପେକ୍ଷାରେ,

ଏହା ମୋର ଦୃଢ଼ ବିଶ୍ୱାସ, 

କହି ପାରିବିନି

କିନ୍ତୁ କେବେ ଆସିବ ।



Rate this content
Log in

Similar oriya poem from Romance