STORYMIRROR

Ashok Kumar Pradhan

Romance Tragedy

3  

Ashok Kumar Pradhan

Romance Tragedy

ତିତିକ୍ଷା

ତିତିକ୍ଷା

1 min
688

ତୁମେ ଦିଗହରା ପଥିକର ପଥେ ସାଜିଲ ଧ୍ରୁବ ତାରା,

ଧରି ନେଲ ମୋ ହାତ ତୁମ ହାତେ ଥିଲି ଯେବେ ବେସାହାରା ll

ସ୍ନେହ ଦେଲ, ପ୍ରେମ କଲ ପ୍ରତିଶ୍ରୁତି ବି ଦେଇଥିଲ,

ସଂସାର ଗଢ଼ିବା ସୁନେଲୀ ସପନ ମୋ ଜୀବନେ ଆଣିଦେଲ ll

ବିଧିର ବିଧାନ ନିଷ୍ଠୁର ହେଲା ଭୁଲ୍ କୋଉଠି ଥିଲା,

ତୁମ ମନ ଏତେ ଛଳନା ରହିତ ମୋତେ ହତାଦର କଲା ll

ଭାବିଥିଲି ପ୍ରିୟା ବଳକା ଜୀବନ ତୁମ ପାଇଁ ଜୀଇଁ ଯିବି,

ପ୍ରେମ ସିନା କେବେ ଭୋଗ୍ୟ ନୂହେଁ ଜାଣି ତ୍ୟାଗ କରି ଚାଲୁଥିବି ll

ମୁଁ ସିନା ଏକ ଅଲୋଡା ମଣିଷ ଏଇ ସଂସାର ହାଟରେ,

ତୁମ ଚଲାପଥ କୁସୁମିତ ହେଉ ଶୁଭ ଆଶିଷ ବୃଷ୍ଟିରେ ll

ନିର୍ବାକ୍ ନିଷ୍ପନ୍ଦ ସ୍ଥାଣୁ ପ୍ରାୟ ଆଜି ଚାହୁଁନି କିଛି,

ତୁମ ଅଭାବଟା ବେଳେ ବେଳେ ଆସି ହୃଦୟ ଦେଉଛି କେଞ୍ଚି ll

ଯୋଉଠି ଥାଅ, ଯେପରି ଥାଅ ଭଲ ଥାଅ ପ୍ରାଣ ପ୍ରିୟା,

ନାକେ କାଠି ଦେଇ ହସନ୍ତୁ ମୋ ପାଇଁ କେହି ନ କରନ୍ତୁ ଆହା ll

ଏ ଜନମେ ପଛେ ନ ହେଉ ନାହିଁ ହେ ଆଉ ଥରେ ଜନମିବି,

ତ୍ଯାଗ ତିତିକ୍ଷା ର ଅନ୍ତରାଳେ ମୁହିଁ ତୁମ ବାଟ ଚାହୁଁଥିବି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance