STORYMIRROR

Brundabana Pradhan

Tragedy

2  

Brundabana Pradhan

Tragedy

ତିନୋଟି କବିତା

ତିନୋଟି କବିତା

1 min
89


ବର୍ଜିତା

ରାଜକୀୟ ପରିବେଶ ଛାଡି

ବଞ୍ଚିବା ଯେତେକଷ୍ଟ ହେଲେ ବି !

ପ୍ରତିଟି ମୂହର୍ତ୍ତରେ 

ଦେହର ଜ୍ଵାଳା ମନଭିତରର

ଅହେତୁକ ଶବ୍ଦ ଗୁଡିକୁ

ସାଇତି ରଖି ନ ପାରିଲେ ବି !

ସେହି ଶବ୍ଦ ଗୁଡିକୁ 

କଉଠି ନା କଉଠି

ଅଜାଡିଦେଇ 

କେବଳ ତାକୁ ନିରେଖି ନିରେଖି

ବଞ୍ଚିବାକୁ କାହିଁକି ଯେ

ବାରମ୍ବାର ସେ ତାଗିତ କରୁଥାଏ

ଆହୁରି କିଛି ଲେଖ ବୋଲି

ତାର ସେହି ସମର୍ପଣ ଭାବଟି

କେତେବେଳେ ହୋଇଯାଏ କବିତା ତ ‘

ଆଉ କେତେବେଳେ ହୋଇଯାଏ ବର୍ଜିତା ।



ସମର୍ପିତା

ସେ ତାର କୋହ ସବୁକୁ ଏକାଠି କରି

ସମାଜରେ ଚଳିବାକୁ ଖୁବ ଚେଷ୍ଟା କରେ

ବେଳେବେଳେ ଯେ ତାକୁ ଘୃଣା କରେ

ତାକୁ ସେ ନିଜର କରିବାକୁ ଚେଷ୍ଟାକରେ ।

ତା ଆଖି ଆଗରେ ହୁଏତ

ଅନେକ ସ୍ଵପ୍ନର ସମାଧି ହୋଇଯାଏ

ହେଲେ ସେ କିଛି ନ କହି

ଆପଣାର ସଂଗ୍ରାମ ଜାରିରଖିଥାଏ ।

ମନର ମଣିଷ ପାଖେ

ସେ ସବୁ ସମର୍ପି ଦେଇଥାଏ

ନିଜର ଅକୁହା କଥା ସବୁକୁ

ଅସଜଡା ଦିନ ସବୁକୁ ।

ଖୁବ ଦୁଃଖ ଲାଗେ

ଯେତେବଳେ ସେ ଲୁହ ଢାଳେ

ମୋ ପାଇଁ !

ମୁଁ ବି ଜାଣିପାରେନାହିଁ ।


ଅପରିଚିତାର ଚିଠି

ଖଣ୍ଡେ ଚିଠି ପାଇଲି

ନାମହୀନ ସଂଜ୍ଞାହୀନ

କିଏ ସେ ? ମୁଁ ବି ଜାଣିନି 

ହେଲେ ସେ ଚିଠି ଖଣ୍ଡିକ

ପଢିଲା ପରେ

ଅହେତୁକ ଭାବନା ଜଗିଉଠିଲା

ମୋ ଜୀବ ଇନ୍ଦ୍ରିୟରେ

କାହିଁକି ? କେଜାଣି

କେଇଟା ଶବ୍ଦ ପାଇଁ

ମୁଁ ହଜିଯାଇଥିଲି 

ସେ ଚିଠିର ଅନ୍ତରାଳରେ 

ସୁନା ହରିଣୀ ମାୟାରେ ।

ସେ ଚିଠିରେ ଲେଖାଥିବା

କେଇଟା ପଦକୁ

ସଯତ୍ନେ ରଖି ମୁଁ

ସେ ଚିଠିକୁ କେବଳ 

ପଢେ ଥରକୁ ଥର

ଯେତେଥର ପଢିଲେ ବି 

ସେ ଲାଗୁଥାଏ

ଆହୁରି ନିଜର ନିଜର

ସଂଜ୍ଞାହୀନ ନାମହୀନ

କେଉଁ ନାୟିକାର ଚିଠିଟିଏ

ସତେ ଯେପରି ମନେ ହେଉଥାଏ

ସେ ତ ଥିଲା ଅପରିଚିତା ର ସ୍ମୃତିଟିଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy