ତିନୋଟି ଏକପଦୀ
ତିନୋଟି ଏକପଦୀ
ମୁଁ:
ମୂର୍ଚ୍ଛନା ତୋଳିଲି ଯା' ଅସ୍ତିତ୍ଵର,
ମୀମାଂସକ ସାଜିଲି ସେ ତତ୍ତ୍ଵର,
ମୋହର ଲାଗିଲା ସେଠି ସତ୍ଵର,
ମାୟା ରଚାଇଲି ମୋ ସତ୍ୟର |
ତୁମେ:
ତୁଚ୍ଛ କରିଦେଲା ସେ ଯେ ନିମିଷେ,
ତୀର୍ଯ୍ୟକ ହାଣିଲା ତା'ର ପ୍ରକାଶେ,
ତୁଳନା ଏ ଯାହା ଦୁଇ ପୁରୁଷେ,
ତୀବ୍ରରୁ ତୀବ୍ରତର ପକ୍ଷେ ଆସେ |
ଆମେ:
ଆରମ୍ଭିବା ନୂଆ ଏକ ଅଧ୍ୟାୟ,
ଅସମାପ୍ତ ଥିଲା ଯା' ପରିଚୟ,
ଅପର୍ଯ୍ୟ|ପ୍ତ ଅଣ ପୁରୁଷକାୟ,
ଆଉ ନୁହେଁ କେହି ଯେ ଅସହାୟ |