STORYMIRROR

Trushna Das

Abstract Tragedy Others

4  

Trushna Das

Abstract Tragedy Others

ଥୁଣ୍ଟା ଗଛର ଦୁଃଖ

ଥୁଣ୍ଟା ଗଛର ଦୁଃଖ

1 min
1.1K

ମୁଁ ଯେ ଥୁଣ୍ଟା ଗଛଟି

ପତ୍ର ସବୁ ଝଡି ଗଲେଣି

ରହି ଯାଇଛି କେବଳ ଶୁଖିଲା ଡାଳ ହିଁ 

ଗୋଧୂଳି ସମୟ ତ ଆସି ଯାଇଛି 

ଶେଷ ଲକ୍ଷ୍ୟ ଅପେକ୍ଷାରେ ଛିଡା ହୋଇଛି ।


ମୁଁ ଯେ କେତେ କାଳରୁ ହୋଇଛି ଦଣ୍ଡାୟମାନ 

ମୁକ ସାକ୍ଷୀ କେତେ ଯେ ଘଟଣାର

ଥିଲି ମୁଁ ବାସସ୍ଥଳୀ କେତେ ବିହଙ୍ଗର

କିଚିରି ମିଚିରି ହେଉଥିଲା ମୋ କୋଳ।


ମୁଁ ଥିଲି ସବୁଜିମା ପତ୍ରରେ ସଜେଇ ହୋଇ 

କେତେ ଯେ ପଥିକଙ୍କର ହୋଇଛି ଆଶ୍ରୟସ୍ଥଳୀ

ଶୀତଳ ଥିଲା ମୋ କୋଳ

ଖରା ଓ ବର୍ଷା ର ପ୍ରକୋପରୁ ଲୋକଙ୍କୁ ମୁଁ ଦେଉଥିଲି ଆରାମ।


ମୁଁ କେବେ କରି ନାହିଁ ପର ଆପଣା ଭେଦ ଭାବ 

ସମସ୍ତଙ୍କୁ ଦେଇଛି ମୁଁ ମୋ ଫୁଲ ଫଳ

କେତେ ଖୁସି ପାଇଛି କରି ସମସ୍ତଙ୍କର ଉପକାର 

ଶୀତଳତା ଠାରୁ ଦେଇ ଅମ୍ଳଜାନ।


ମୁଁ ସିନା କଲି ସମସ୍ତଙ୍କୁ ନିଜର 

ହେଲେ ମନୁଷ୍ୟ ବୁଝିଲା ନାହିଁ ମୋହର ମାନ

ନିଜ ସ୍ୱାର୍ଥ ପାଇଁ ସେ ମୋତେ ତିଳ ତିଳ କରି ଦେଲା କଷ୍ଟ

କରିଲା ମୋର ସର୍ବନାଶ।


ଶେଷରେ ମୁଁ ହୋଇ ଗଲି ଥୁଣ୍ଟା ଗଛ

ହରାଇଲି ମୁଁ ସର୍ବସ୍ୱ 

ସବୁ ମୋତେ କରିଲେ ପର

ନାହିଁ ମୋର ଆଉ ସୌନ୍ଦର୍ଯ୍ୟ 

କି ନାହିଁ ମୋର ପତ୍ର ଆଦୌ

କି ଆସୁ ନାହାଁନ୍ତି ଆଉ 

କେହି ମୋ ପାଖକୁ ନେବା ପାଇଁ ଆଶ୍ରୟ

ହୋଇ ଯାଇଛି ମୁଁ ନିଃସଙ୍ଗ 

ରହି ଯାଇଛି କେବଳ ସ୍ମୃତି ଅତୀତର।


ଜୀବନଠାରୁ ଶିଖିଲି ଗୋଟିଏ ଶିକ୍ଷା

ସବୁ ନିଜର ଯୌବନ ଥିବା ଯାଏଁ ପରା

ବୟସର ଶେଷ ପର୍ଯ୍ୟାୟରେ 

କେହି ପଚାରନ୍ତି ନାହିଁ ବୃଦ୍ଧ କହି ଯେ।


ମୋ ଜୀବନର ଦୁଃଖ 

କହି ବା ପାଇଁ ଲୋଡା ନାହିଁ ସାଥି ମୋର

ନିଃସଙ୍ଗ ପଥିକ ମୁଁ ଜୀବନର

ନୀଳ ଅମ୍ବର ଓ ଧରା ପରା ସାକ୍ଷୀ ମୋ ଜୀବନର।


ଥୁଣ୍ଟା ଗଛ ହୋଇ 

ଅତୀତକୁ ମନେ ପକାଇ 

ଆଖିରୁ ଲୁହ ଝଡାଇ

ମୁଁ ଅପେକ୍ଷା କରିଛି ଜୀବନର ଅନ୍ତିମ ପର୍ଯ୍ୟାୟ ପାଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract