STORYMIRROR

rasmi maye pati

Tragedy

3  

rasmi maye pati

Tragedy

ଥୁଣ୍ଟା ଗଛ

ଥୁଣ୍ଟା ଗଛ

1 min
226


ଥୁଣ୍ଟା ଗଛ ଟିଏ ଠିଆ ହୋଇଛି

  ରାସ୍ତା ଯେଉଁଠି ସରି ଯାଇଛି।।

କେତେ ତୀର୍ଥ ପୁଣ୍ୟ କରି ସରିଛି

  କେତେ ମନ୍ଦିର ମୁଁ ବୁଲି ସାରିଛି।।

କର୍ପୂର ବାସ ମୋ ଉଡ଼ି ଯାଇଛି

  ଛିଣ୍ଡା କନା ଟିଏ ପଡି ରହିଛି।।

କେତେ କେତେ କ୍ଷୁଧା ଗ୍ରାସ କରିଛି

  କେତେ ତୃଷା କୁ ଆକଣ୍ଠ ଢ଼ୋକି ଛି।।

ସଂସାର ନାବ କୁ ପାରି କରିଛି

  ଆଜି ଯିବା ପାଇଁ ବାଟ ଖୋଜୁଛି।।

କେତେ ବସନ୍ତ ରେ ହଜି ମୁଁ ଥିଲି

  ଆଜି ପତ୍ର ଶୂନ୍ୟ ନିଶ୍ଵ ହୋଇଲି।।

ଶ୍ରୀହୀନ ଆଜି ମୋ ଲଣ୍ଡା ଶରୀର

  ନାହିଁ କି ବିହଙ୍ଗ କାକଳି ତାର।।

କାଠୁରିଆ କୁ ମୁଁ ଚାହିଁ ବସିଛି

  କଟୁରୀ ଚୋ ଟ କୁ ବେକ ପାତିଛି।।

କଟୁରୀ ବାଜିବ ବେକ ରେ ମୋର

  ଥୁଣ୍ଟା ଗଛ ଛାଡ଼ି ଯିବ ସଂସାର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy