Revolutionize India's governance. Click now to secure 'Factory Resets of Governance Rules'—a blueprint for a fair and prosperous future.
Revolutionize India's governance. Click now to secure 'Factory Resets of Governance Rules'—a blueprint for a fair and prosperous future.

ବୀରେନ୍ କୁମାର ବେହେରା

Abstract Classics Inspirational

2  

ବୀରେନ୍ କୁମାର ବେହେରା

Abstract Classics Inspirational

ତେଜ ଭଦ୍ରମୁଖା ପାଶ

ତେଜ ଭଦ୍ରମୁଖା ପାଶ

1 min
73



ଦୁନିଆରେ ବହୁ ପ୍ରକୃତିର ଲୋକ,

କରିଥାନ୍ତି ପରା ବାସ ।

ସଠିକ୍ ଲୋକଙ୍କୁ ବନ୍ଧୁ କରିଥିଲେ,

ନହୋଇବ ଉପହାସ ।।

କେତେ ଲୋକ ଏଠି ସଚ୍ଚୋଟତା ପାଇଁ,

ଲଭିଥାନ୍ତି ଅପ୍ରିୟତା ।

ଆଉ କେତେଙ୍କର ଭଦ୍ରମୁଖା ତଳେ,

ଲୁଚିଥାଏ ଅଭଦ୍ରତା ।।

ସେପରି ଲୋକଠୁଁ ରହିଲେ ଦୂରେଇ,

ଜୀବନେ ଲଭିବ ଶାନ୍ତି ।

ଭଦ୍ରମୁଖା ପିନ୍ଧା ଅଭଦ୍ରଙ୍କୁ ଭୁଲି,

ଆପଣାଓ ଭଦ୍ର ପ୍ରୀତି ।।

ମଣିଷ ଚିହ୍ନିବା ଏ ଜୀବନ ପାଇଁ,

ବହୁ ମୂଲ୍ୟବାନ କଥା ।

ମଣିଷ ପ୍ରକୃତି ଚିହ୍ନି ନ ପାରିଲେ,

ଘୁରିଯିବ ଦିନେ ମଥା ।।

ଡେରି ହେଉ ପଛେ ଚିହ୍ନି ନିଅ ଥରେ,

ମଣିଷର ପ୍ରକୃତିକୁ ।

ଏଇ ଜୀବନଟା ହୋଇବ ସହଜ,

ଆନନ୍ଦରେ ବଞ୍ଚିବାକୁ ।।

ଭଦ୍ରମୁଖା ପିନ୍ଧା ଅଭଦ୍ରମାନେ ହିଁ,

ମିଛରେ କରନ୍ତି ବଶ ।

ତାଙ୍କ ଇଶାରାରେ ନ ବାଛ ବାଟକୁ,

ତେଜ ଭଦ୍ରମୁଖା ପାଶ ।।



Rate this content
Log in

Similar oriya poem from Abstract