STORYMIRROR

Shiba Charan Mahapatra

Classics

4  

Shiba Charan Mahapatra

Classics

ସୂର୍ଯ୍ୟୋଦୟ

ସୂର୍ଯ୍ୟୋଦୟ

1 min
343

ଫିଥର ପରି ସ୍ୱପ୍ନୀଳ ମୁରୁଜ ବୁଣିବା ଆଗରୁ 

ସମାଧିସ୍ଥ କେତେ ସନ୍ଦିଗ୍ଧ ସପନ 

ଦିଗ୍ ବଳୟ ଯାଏଁ ଲମ୍ବାଧାଡି 

ସୁଖର ମେଲଣ 

ପୋଡୁଥାଏ ତାରାଫୁଲ ଚାନ୍ଦୁଆ 

ଗହଗହ ପୋଡା ଗନ୍ଧରେ ଅପେକ୍ଷିଥାଏ ରାତିଟିଏ ବାଟ 

ତୁ କି ଯାଣୁରେ ସୁରୁଜ


ଜହ୍ନ ଆଉ ଚିହ୍ନ ଫୁଟୁଥିବା ଭାତ ହାଣ୍ଡି ବାଷ୍ପ

ଫୁଟେ ଫୁଟାଏ ଛାତି ତଳ କୋହ 

ଅନ୍ଧାର ରୁମାଲ୍ ଭିଜେ ରାତିଏ ତାଜା ରକ୍ତରେ 

ଗୋଟାପଣେ ଓଦା ସରସର ରାତି ଗୁମୁରୁଥାଏ 

ଆଲୁଅ ଅନ୍ତରାଳେ


ଛନ୍ଦିହୁଏ ଆଖି କାମନା ବୁଢୀଆଣୀ ଜାଲେ

ବରଫ ପାଲଟେ ଇଛା ନଈ 

ଭୁରୁଭୁରୁ ଭାସିଆସେ 

ଗଗଂଶିଉଳି ପ୍ରିୟା ଚିହ୍ନା ଦେହ ବାସ୍ନା  

ପୁରୁଣା ଗୋଲାପି ଚିଠି ପଦଧ୍ୱନୀ ଶବ୍ଦରେ ଭାଙ୍ଗିଯାଏ ନିଦ 

ଅସ୍ୱାଭାବିକ ପ୍ରହରେ,ଅନିଚ୍ଛା ସତ୍ତ୍ବେ 

ତୁ କି ଜାଣୁରେ ସୁରୁଜ


ମୁଁ କିନ୍ତୁ ଭଲଭାବେ ଜାଣେ ବିଗତ ପ୍ରିୟା ପରି ତୁ ନିରୁତ୍ତର 

ଏଠି ଆଲୋକ ବୁଝେନା ଅନ୍ଧାରର ଦୁଃଖ 

ବ୍ୟକ୍ତ ଜାଣେନା ଅବ୍ୟକ୍ତ ଯନ୍ତ୍ରଣା 

କୋଳାହଳ ଭୋଗେନା ନିର୍ଜନତା ଅଭିଶାପ

ଦୃଶ୍ୟ ଦେଖେନା ଅଦୃଶ୍ୟ ଲଘୁଚାପ


ଲହୁ ଝରିଲେ ହିଁ ମହୁ ସ୍ୱାଦ ମିଳେ

ଅନ୍ଧାର ତରଳିଲେ ହିଁ ଆଲୋକିତ ରଶ୍ମି ଖେଳେ

କୃଶବିଦ୍ଧ ହେଲେ ହିଁ ପ୍ରେମିକ ଈଶ୍ବର ପାଲଟେ

ରାତିଟିଏ ବୁଝେ ବୋଲି ନିରନ୍ତର ଜଳେ


ଏବେ ଆଉ ଦୁଃଖ କଣ

ଅବୁଝା ଆକାଶ ସିନ୍ଦୁର ମାଖିଲାଣି

ନେପଥ୍ୟୁ କେହିଜଣେ ବଂଶୀ ଫୁଙ୍କିଲାଣି

ପତ୍ରରେ କିଏ ବୁନ୍ଦା ବୁନ୍ଦା ଚୁମ୍ବନ ଆଙ୍କିଲାଣି

ସତେଜ ଦେହରେ ଗତରାତି ଅନ୍ଧାର ନାହିଁ 

ରତି ନାହିଁ ଭୀତି ନାହିଁ ଆଖିତଳେ କଳଙ୍କିତ କଳାଜାଇ ନାହିଁ


ଅଛି କେବଳ ମନଲୋଭା ସ୍ୱପ୍ନର ଗୁଞ୍ଜନ

ମେଘ ସବାରୀ ପରଦା ଉହାଡରୁ ଲୁଚି ଚାହୁଁଥିବା ବାଳୁତ କିରଣ

ଅଛି ସ୍ୱପ୍ନକୁ ବାସ୍ତବତାର ଡେଣା ପିନ୍ଧେଇ 

ଆକାଶ ଛୁଉଁଥିବା କାରୁଣ୍ୟ ନୟନ 

ଅଛି ରାତ୍ରୀର ମଉଳା ଶେଜ 

ଆଳସ୍ୟଭଙ୍ଗ ସଂଗେ ବକେୟା କିଛି ମୃଦୁ କମ୍ପନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics