ସୂରୁଯ ଦେବତା
ସୂରୁଯ ଦେବତା
ସୂରୁଯ ଦେବତା ସଦା ହସୁଥାଅ
ମରତବାସୀଙ୍କୁ ଦେଖି
ପରତି କ୍ଷଣରେ କରମ କରିକି
ବଞ୍ଚାଉଛ ଭାବି ସଖୀ।୧
ଉଦଭିଦ ଆଉ ପରାଣୀମାନଙ୍କୁ
ସନ୍ତୋଷ ରଖିବା ପାଇଁ
ଈଶ୍ବର ଆଦେଶ ମାନି ସବୁଦିନ
ହସ ହୁରୁଦୟ ଥୋଇ।୨
ମନ ଗହନରେ ଅସରନ୍ତି ଅଛି
ଶକତି ଦେବାକୁ ଯିଏ
ସେହି ସୂରୁଯଙ୍କୁ କୋଟି ଧନ୍ଯବାଦ
ବଞ୍ଚାଇ ଥିବାରୁ ହାଏ।୩
ଦେଖ ଏ ମୋହର ତୁମର ଶକତି
ରହିବାରୁ ଆଜି ମୁହିଁ
ଚଳ ପରଚଳ ହେଉଅଛି ସଦା
ଏହି ଏ ମରତ ଠେଇଁ।୪
ରକତ ମାଉଁସ ସବୁ ତୁମ ଦାନ
ହେ ସୂରୁଯ ଦେଇଅଛ
ତୁମର ବିନ୍ଦୁଏ କିରଣ ବିନାଟି
ଶିଥିଳ କରି ଦେଉଛ।୫
ଜଗତ କଲ୍ଯାଣ ତୁମେ ତ କରୁଛ
ସତ୍ଯ ତ ଏହି ମଣ୍ଡଳେ
ନ ହେଲେ କେମିତି ବଞ୍ଚିବୁ କୁହ ତ
ଏହି ଏ ସଂସାର କୋଳେ?୬
ସୂରୁଯ ଦେବତା ସଦା ହସୁଥାଅ
ଦେଇ ଅମୁରୁତ ଦାନ
ସେଇ ଅମୁରୁତ ପିଆଇ ସଭିଙ୍କୁ
ଜୀବନ କରାନ୍ତୁ ଧନ୍ଯ।୭
ତୁମ ପରି କିଏ ଅଛି ବଡ଼ ଦାନୀ
କୁହ ଏ ସଂସାର ଭୂମେ
ଦିନ ଆଉ ରାତି ହେଉଅଛି ଦେଖ
ପରିବର୍ତ୍ତନ ଏ ଧାମେ।୮
ବଞ୍ଚିବା ପାଇଁ କି ସବୁ ଦେଇଅଛ
ତୁମ ବିନା ଅନ୍ଧକାର
ଆଲୋକ ଗରମ ବିନା ବଞ୍ଚିବୁ କି
ଏହି ଏ ଆମ ସଂସାର?୯
ପୁଣି ଘେନା ହେଉ ପରଣାମ ଆଉ
ଧନ୍ଯବାଦ ମୋରଠାରୁ
ହସୁଥାଅ ସଦା ଆକାଶରେ ଥାଇ
ଝରାଇ ଆକାଶୁ ବାରି।୧୦
